ମନୋରଞ୍ଜନ

ଅଭିନେତ୍ରୀ କଙ୍ଗନା ରାଣାୱାତ ନିଜ ବିବାହକୁ କହିଲେ…

ମୁମ୍ବାଇ: ମୁଁ ବିବାହ କରିବାକୁ ଚାହୁଁଛି l ଏଭଳି ଅଭିନେତ୍ରୀ ବିଜେପି ସାଂସଦ କଙ୍ଗନା ରାଣାୱାତ ଗଣମାଧ୍ୟମରେ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ବିବାହ ଖୁଲାସା କରିଛନ୍ତି । ୩୮ ବର୍ଷୀୟା କଙ୍ଗନାଙ୍କୁ କେବେ ବିବାହ କରିବା ନେଇ ପ୍ରଶ୍ନ କରାଯାଇଥିଲା l

ତାହାର ଉତ୍ତରରେ ସେ କହିଛନ୍ତି ‘ମୁଁ ବିବାହ କରିବାକୁ ଚାହୁଁଛି’ । ସାଂସଦ କାର୍ଯ୍ୟକାଳ ଭିତରେ ବିବାହ କରିବେ କି ବୋଲି ପ୍ରଶ୍ନରେ କଙ୍ଗନା ହସି ହସି କହିଛନ୍ତି ‘ମୁଁ ବି ସେୟା ଆଶା କରୁଛି’ । ହେଲେ ପ୍ରଥମେ ମୋ ଫିଲ୍ମକୁ ରିଲିଜ ତ କରାନ୍ତୁ, ତାପରେ ମୋର ପରବର୍ତ୍ତି ଯୋଜନା ସମ୍ପର୍କରେ କହିବି ।

ସାକ୍ଷାତକାରରେ ସମୟରେ ଚିରାଗ ପାଶୱାନଙ୍କ ସହ ଭାଇରାଲ ହେଉଥିବା ତାଙ୍କ ଫଟୋକୁ ଦେଖାଇ ପଚରା ଯାଇଥିବା ପ୍ରଶ୍ନରେ କଙ୍ଗନା କହିଛନ୍ତି ସେ ମୋର ସହ-କଳାକାର । ଆମ ଦୁହିଁଙ୍କ ଫଟୋକୁ ନେଇ ସବୁଠି ଚର୍ଚ୍ଚା ହେଉଛି l ହେଲେ ସେଭଳି କିଛି ନାହିଁ । ଆମେ କେବଳ ଭଲ ବନ୍ଧୁ। ଉଭୟ ମିଶି ଫିଲ୍ମରେ ଅଭିନୟ କରିଛୁ। ଚିରାଗଙ୍କୁ ପ୍ରଶଂସା କରିବା ସହ ସେ ଜଣେ ନମ୍ର ବ୍ୟକ୍ତିତ୍ୱ ବୋଲି କଙ୍ଗନା କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com