ଓଡ଼ିଶାରାଜନୀତି

ଖୁବ ଶୀଘ୍ର ନବୀନ ହେବେ ମୁଖ୍ୟମନ୍ତ୍ରୀ: ଦେବାଶିଷ ସମାନ୍ତରାୟ, କେମିତି ଜାଣନ୍ତୁ

ଭୁବନେଶ୍ବର: ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସମାନ୍ତରାୟଙ୍କ ବିପ୍ସୋରକ ବୟାନକୁ ନେଇ ରାଜ୍ୟ ରାଜନୀତି ହଲଚଲ । ସେ ଯାହା କହିଛନ୍ତି ତାହା ବର୍ତ୍ତମାନ ରାଜ୍ୟରେ ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି । କୁଜଙ୍ଗର ଏକ କାର୍ଯ୍ୟକ୍ରମରେ ଖୋଲା ସଭାରେ ସେ ଏହି ତଥ୍ୟ ସାଧାରଣରେ ପ୍ରକାଶ କରିଛନ୍ତି।

ଯାହା ରାଜନୈତିକ ସମୀକ୍ଷକଙ୍କୁ ହତବାକ କରିଦେଇଛି । ସେହି ସଭାରେ ଦେବାଶିଷ ଭାଷଣ ଦେବା ବେଳେ କହିଥିଲେ ଯେ, ଆମେ ଖୁବ ଶୀଘ୍ର ସରକାର ଗଠନ କରିବୁ । କଂଗ୍ରେସ ସହିତ ହାତ ମିଳାଇ ଓଡିଶାର ସରକାର ଗଠନ କରିବୁ। ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦେବାଶୀଷ କହିଥିଲେ ।

ସେ ଏହି କଥା ଖୋଦ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି ବୋଲି ଦେବାଶୀଷ କହିଛନ୍ତି । ଦେବାଶୀଷଙ୍କ ହିସାବରେ ବର୍ତ୍ତମାନ ନିର୍ବାଚନରେ ଅନିୟମିତତା ଦର୍ଶାଇ ସାତଟି ମାମଲା ହାଇକୋର୍ଟରେ ରୁଜୁ ହୋଇଛି । ଖୁବ ଶୀଘ୍ର ସେହି ସାତଟି ନିର୍ବାଚନ ମଣ୍ଡଳିରେ ଉପନିର୍ବାଚନ ହେବ । ସେହି ଉପନିର୍ବାଚନରେ ନବୀନ ପଟ୍ଟନାୟକ ହାତ ହଲାଇ ଆସିଲେ ତାହା ବିଜେଡିର ହେବ ।

ଏହାପରେ କଂଗ୍ରେସ ସହିତ ସାମିିଲ ହୋଇ ରାଜ୍ୟରେ ନବୀନ ପଟ୍ଟନାୟକ ସରକାର ଗଠନ କରିବେ ବୋଲି ଦେବାଶିଷ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ମୁଁ ନବୀନ ପଟ୍ଟନାୟକଙ୍କୁ କହିଛି, ଆପଣ ସାତଟି ନିର୍ବାଚନ ମଣ୍ଡଳିରେ ଉପନିର୍ବାଚନ ପାଇଁ ପ୍ରସ୍ତୁତ ରୁହନ୍ତୁ । କେବଳ ସେହି ନିର୍ବାଚନ ମଣ୍ଡଳିରେ ଥରେଥରେ ପ୍ରଚାରକୁ ଗଲେ ଯଥେଷ୍ଠ ହେବ ।

ବାସ ଏହାପରେ ବିଜେଡି ହାତରେ ସେହି ସାତଟି ନିର୍ବାଚନ ମଣ୍ଡଳି ଆସିଯିବ । ଏହାପରେ କଂଗ୍ରେସ ସହିତ ମିଶି ସରକାର ଗଠନ କରିବା ବୋଲି ଦେବାଶିଷ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି । ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଜୋର ଧରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com