ଅନ୍ୟାନ୍ୟ

ମୋବାଇଲ୍ ଗେମିଙ୍ଗ୍ ନିଶା: ମାଙ୍କୁ ହତ୍ୟା କଲା ପୁଅ

ମୋବାଇଲ ଗେମିଂର କୁଅଭ୍ୟାସ ନେଇଗଲା ମା’ର ଜୀବନ । ପବଜି ଖେଳିବା ପାଇଁ ମନା କରିବାରୁ ମା’ଙ୍କୁ ଗୁଳି କରି ହତ୍ୟା କଲା ୧୬ ବର୍ଷର ପୁଅ । ପଡୋଶୀ ଘରୁ ପ୍ରବଳ ଗନ୍ଧ ଆସୁଥିବା ଖବର ଦେଇଥିଲେ ପଡ଼ୋଶୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ମୃତ ସାଧନା ସିଂଙ୍କ ସ୍ବାମୀ ନବୀନ ସିଂ ଆସାନସୋଲରେ ସେନାରେ ସୁବେଦାର ମେଜର ଭାବରେ ପୋଷ୍ଟ ହୋଇଛନ୍ତି। ତାଙ୍କ ଘର ବାରାଣସୀ। ସେ ନିଜ ପରିବାର ସହିତ ପିଜିଆଇ ପଞ୍ଚମଖେଡାର ଜମୁନାପୁରମ କଲୋନୀରେ ରୁହନ୍ତି। ପୁଅ ବାରମ୍ବାର ପବଜି ଖେଳୁଥିବାରୁ ମା’ ଏଥିରୁ ତାଙ୍କୁ ରୋକିଥିଲେ। ଏଥିରେ ରାଗିଯାଇ ପୁଅ ମା’ଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ନାବାଳକ ଜଣଙ୍କ ମା’ଙ୍କ ମୃତଦେହକୁ ଦୁଇ ତିନି ଦିନ ଲୁଚାଇ ଘରେ ରଖିଥିଲେ। ସାନ ଭଉଣୀକୁ ଧମକ ଦେଇ କହିଥିଲେ ଯେ, ଯଦି ସେ ପୋଲିସ କିମ୍ବା କାହାକୁ କୁହନ୍ତି ତେବେ ସେ ମଧ୍ୟ ତାଙ୍କୁ ମାରିଦେବେ।

Related Articles

Back to top button