ମନୋରଞ୍ଜନ

ପରଦାରେ ‘ଦେବରା’; ପ୍ରକ୍ଷାଳୟରେ ଖଚାଖଚ ଭିଡ଼

ମୁମ୍ବାଇ: ଜୁନିୟର ଏନଟିଆରଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା’ ଶୁକ୍ରବାର ମୁକ୍ତିଲାଭ କରିଛି। ପିଲ୍ମ​‌କୁ ନେଇ ଅନେକ ପ୍ରଶଂସକ ଖୁସି ଥିବାସହ ଏହାର ପ୍ରଶଂସା କରୁଥିବାବେଳେ ଅପରପକ୍ଷରେ କେତକ ପ୍ରଶଂସକଙ୍କୁ ପସନ୍ଦ ଆସିନାହିଁ ‘ଦେବରା’।

ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଭିଡିଓରେ ଅଭିନେତା ଜୁନିୟର ଏନଟିଆରଙ୍କ ଏକ ବଡ ଫଟୋ ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । କ୍ୟାପ୍ସନରେ କୁହାଯାଇଛି ଯେ, ହାଇଦ୍ରାବାଦର ଥିଏଟର ବାହାରେ ଜୁନିୟର ଏନଟିଆରଙ୍କ ପ୍ରଶଂସକମାନେ ତାଙ୍କ କଟଆଉଟରେ ନିଆଁ ଲଗାଇ ଦେଇଛନ୍ତି ।

ଫିଲ୍ମର ଖରାପ ରେଟିଙ୍ଗ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରି ପ୍ରଶଂସକ ଏପରି କରିଥିବା କୁହାଯାଉଛି । ଅପରପକ୍ଷେ କିଛି ନ୍ୟୁଜ୍‌ ପୋର୍ଟାଲରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରଶଂସକମାନେ ଉତ୍ସାହିତ ହୋଇ ବାଣ ଫୁଟାଇଥିଲେ ଏବଂ ଭୁଲ୍ ବସତଃ ଅଭିନେତାଙ୍କ କଟ୍‌ଆଉଟ୍‌ରେ ନିଆଁ ଲାଗି ଯାଇଥିଲା । ତେବେ ଚଳଚ୍ଚିତ୍ରର ଆକ୍ସନ ଦୃଶ୍ୟର ଭିଏଫଏକ୍ସକୁ ନେଇ କିଛି ଦର୍ଶକ ନିରାଶା ପ୍ରକାଶ କରିଛନ୍ତି ।

ଫିଲ୍ମରେ ଜୁନିଅର ଏନଟିଆରଙ୍କୁ ଦମଦାର ଅନ୍ଦାଜ ଦେଖିବାକୁ ମିଳିଥିବାବେଳେ ଜାହ୍ନବୀ କପୁରଙ୍କ ସହିତ ତାଙ୍କର କେମେଷ୍ଟ୍ରି ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି l ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ପ୍ରଥମ ଥର ପାଇଁ ‘ଦେବାରା ପାର୍ଟ -୧’ ମାଧ୍ୟମରେ ଦକ୍ଷିଣ ଚଳଚ୍ଚିତ୍ରରେ ଡେବ୍ୟୁ କରିଛନ୍ତି l ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ତାଙ୍କର ଅଭିନୟକୁ ବେଶ ପସନ୍ଦ କରିଛନ୍ତି l

ତେବେ ଫିଲ୍ମର ଆଡ଼ଭାନ୍ସ ବୁକିଂ ଉପରେ ନଜର ପକେଇଲେ ପ୍ରଥମ ଦିନରେ ଫିଲ୍ମଟି ଭଲ ରୋଜଗାର କରିବା ନେଇ ଆଶା ପ୍ରକାଶ କରାଯାଉଛି l ଆଶା କରାଯାଉଛି ଯେ ‘ଦେବରା-୧’ ରିଲିଜ୍ ହେବାର ପ୍ରଥମ ଦିନରେ ସାରା ବିଶ୍ୱରେ ୧୦୦ କୋଟି ଟଙ୍କା ଅତିକ୍ରମ କରିବ ।

ଦେବାରା-୧ ହେଉଛି ଏକ ତେଲୁଗୁ ଆକ୍ସନ୍ ଡ୍ରାମା l କୋରତାଲା ଶିବ ଏହି ଚଳଚ୍ଚିତ୍ରର କାହାଣୀ ରଚନା କରିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଫିଲ୍ମର ବଜେଟ୍ ୩୦୦ କୋଟି ଟଙ୍କା ରହିଛି  |

ଜୁନିଅର ଏନଟିଆର ଏବଂ ଜାହ୍ନବୀ କପୁର ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ଭିଲେନ୍ ଭୂମିକାରେ ନଜର ଆସିଛନ୍ତି ସୈଫ ଅଲି ଖାନ । ଏହା ବ୍ୟତୀତ ପ୍ରକାଶ ରାଜ, ମିକା ଶ୍ରୀକାନ୍ତ, ଚୈତ୍ର ରୟ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com