ଓଡ଼ିଶା

ହୋମଗାର୍ଡଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେମିତି ଜାଣନ୍ତୁ

ଭୁବନେଶ୍ୱର: ଲୋକସେବା ଭବନରେ ଦୁଇଦିନିଆ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ସମ୍ମିଳନୀ । ଲୋକମାନେ କିଭଳି ନ୍ୟାୟ ପାଇପାରିବେ ଓ ଓଡ଼ିଶାବାସୀ କିଭଳି ଶାନ୍ତିରେ ବାସ କରିପାରିବେ ସେନେଇ ସରକାର ପଦକ୍ଷେପ ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରାକୁ ଅଧିକ ସୁରକ୍ଷିତ ଓ ଶୃଙ୍ଖଳାର ସହ ସମାପନ କରିବାକୁ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ବାଟାଲିୟନ୍ ପ୍ରସ୍ତୁତ ହେଉଛି । ଏଥିପାଇଁ ନିଷ୍ପତ୍ତି ହୋଇସାରିଥିବା ବେଳେ ଏନେଇ ପ୍ରକ୍ରିୟା ଜାରି ରହିଛି ।

ଯେଉଁଥିରେ ୧୦୪୩ରୁ ଅଧିକ କର୍ମଚାରୀ ନିଯୁକ୍ତି ହେବେ । ୨୯୯୮ ଜଣ ହୋମଗାର୍ଡଙ୍କୁ ପୁନଃନିଯୁକ୍ତି କରାଯିବ । କାରଣ ହୋମଗାର୍ଡମାନେ ସବୁଠୁ ଅଧିକ କାମ କରିଥାନ୍ତି, ତାଙ୍କୁ କେହି ପଚାରନ୍ତିନି । କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ ହେଲେ କ୍ଷତିପୂରଣ ଦେବାକୁ ଯୋଜନା ଚାଲିଛି ।

ମତ୍ୟୁ ପରେ ପରିବାରର ଜଣଙ୍କୁ ଚାକିରି ଦେବାକୁ ମଧ୍ୟ ଯୋଜନା ଚାଲିଛି। ଆଉ ୧୦ଟି ଓଡ୍ରାଫ୍‌ ୟୁନିଟ ବଢ଼ାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯେଉଁ ଥାନାମାନଙ୍କରେ ୨ ଚକିଆ ବା ୪ ଚକିଆ ଯାନର ସୁବିଧା ନାହିଁ, ସେଥିପାଇଁ ରାଜ୍ୟର ସବୁ ଥାନାମାନଙ୍କରେ ମୋଟ୍ ୯ ହଜାର ମୋଟରସାଇକେଲ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ ଆପତ୍ତିକାଳୀନ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରତି ଥାନାରେ ଗୋଟିଏ ଲେଖାଏଁ ୪ ଚକିଆ ଯାନା ପ୍ରଦାନ କରାଯିବ । ଆପତ୍ତିକାଳୀନ ପରିସ୍ଥିତିରେ ଶକ୍ତି ବୃଦ୍ଧି କରିବାକୁ ୧୨୪୩ ପଦବୀ ରହିବ । ମେଡିକାଲ କଲେଜରେ ଉପୁଜୁଥିବା ଅପ୍ରୀତିକର ପରିସ୍ଥିତି ପାଇଁ ୧୦ଟି ମେଡିକାଲ କଲେଜରେ ୧୦ଟି ପୋଲିସ ପାଣ୍ଠି ପ୍ରତିଷ୍ଠା କରାଯିବ ।

ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପୂର୍ବରୁ ୨୦ଟି ଓଡ୍ରାଫ୍ ଟିମ୍ ୟୁନିଟ୍ ରହିଥିବା ବେଳେ ଆଉ ୧୦ଟି ୟୁନିଟ୍ ପ୍ରତିଷ୍ଠା କରାଯିବ । ଅଳ୍ପ ଦିନ ଭିତରେ ସମ୍ପୂର୍ଣ୍ଣ ଭାବରେ ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଓଡ୍ରାଫ୍ ଟିମ୍ ୟୁନିଟ୍ ମୁତୟନ ହେବେ । ଅନ୍ୟପକ୍ଷେ ଉପସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କୁ ସମ୍ବୋଧନ ଜରିଆରେ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି । ସେ କହିଛନ୍ତି, ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।

ବିଗତ ୨୨ ବର୍ଷ ଓଡ଼ିଶା ପାଇଁ ବିରାଟ କାଳଖଣ୍ଡ ଥିଲା । ୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡହାର ମାତ୍ର ୯.୭୩% । ଯାହା ଅତ୍ୟନ୍ତ ନୈରାଶ୍ୟଜନକ, ଆମ ସରକାର ଏହାକୁ ବରଦାସ୍ତ କରlଯିବନି। ଫଳରେ ଓଡ଼ିଶା ପୋଲିସ ଶକ୍ତିଶାଳୀ ହୋଇ ଭାରତ ବର୍ଷର ପ୍ରଥମ ସ୍ଥାନରେ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Related Articles

Back to top button
WP Twitter Auto Publish Powered By : XYZScripts.com