ଓଡ଼ିଶା

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ, କିଏ କେଉଁ ଜିଲ୍ଲାକୁ ଗଲେ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ବଦଳିଲେ କଟକ-ଭୁବନେଶ୍ୱର ପୁଲିସ କମିଶନର । ନୂଆ ଡିଜିପି ଭାବେ ୱାଇ.ବି ଖୁରାନିଆ ଦାୟିତ୍ୱ ଗ୍ରହଣ କରିବାର ପ୍ରାୟ ଦେଢ଼ ମାସ ପରେ ଆଇପିଏସ୍‌ ସ୍ତରରେ ହୋଇଛି ଏହି ଅଦଳ ବଦଳ।

ଉଭୟ ବରିଷ୍ଠ ଆଇପିଏସ୍‌ ଓ ଏସ୍‌ପି ସ୍ତରରେ ହୋଇଛି ବ୍ୟାପକ ବଦଳି । ଗୁଇନ୍ଦା ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଏଡିଜିଙ୍କଠାରୁ ଆରମ୍ଭ କରି କଟକ-ଭୁବନେଶ୍ୱର ପୁଲିସ କମିଶନର ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ବଡ଼ ପଦବୀରେ ଥିବା ଆଇପିଏସ ଅଫିସରଙ୍କୁ କରାଯାଇଛି ବଦଳି ।

ସେହିପରି କଟକ-ଭୁବନେଶ୍ୱର ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଓ ବିଜୁ ପଟ୍ଟନାୟ ରାଜ୍ୟ ପୁଲିସ ଏକାଡେମୀ BPSPAର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ସୁରେଶ ଦେବଦତ୍ତ ସିଂ ହେବେ କଟକ-ଭୁବନେଶ୍ୱରର ନୂଆ ପୁଲିସ କମିଶନର ।

ତେବେ କଟକ-ଭୁବନେଶ୍ବରରେ ଅଭିଜ୍ଞତା ହାସଲ କରିଥିବା ଉମାଶଙ୍କର ଦାଶଙ୍କୁ ପୁଣି ରାଜଧାନୀକୁ ଅଣାଯାଇଛି । ଏହାସହିତ ଉମାଶଙ୍କର ଦାଶଙ୍କୁ କଟକ-ଭୁବନେଶ୍ବର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି ।

ସେହିଭଳି ଏ.କେ ରୟଙ୍କୁ ଜେଲ୍ ବିଭାଗ ଡିଜି କରାଯାଇଛି । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏଡିଜିପି ଆଧୁନିକୀକରଣ ଦାୟିତ୍ବ ଦିଆଯାଇଛି । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ ଆର.ପି.କୋଚେ ହେଲେ ନୂଆ ଗୁଇନ୍ଦା ନିର୍ଦେଶକ ଏବଂ ସନ୍ତୋଷ ବାଲାଙ୍କୁ ଏସସିଆରବି ଏବଂ ଏସଏଫଏସଏଲ ନିର୍ଦେଶକ ଭାବେ ଅବସ୍ଥାପତି କରାଯାଇଛି ।

ପିନାକ ମିଶ୍ରଙ୍କୁ ଭୁବନେଶ୍ବର ନୂଆ ଡିସିପି ଭାବେ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ବର ଡିସିପି ଥିବା ପ୍ରତୀକ ସିଂଙ୍କୁ କଟକ ରୁରାଲ ଏସପି ଭାବେ ବଦଳି କରାଯାଇଛି । ସେହିପରି କଟକର ନୂଆ ଡିସିପି ହେଲେ ଜଗମୋହନ ମୀନା ।

ଗୃହ ବିଭାଗ ଓଏସଡି ଏସ୍.ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣା ବୋଥ୍ରାଙ୍କର ବଦଳି ହୋଇଛି । ତାଙ୍କୁ ରେଲୱେ ଓ ତଟ ସୁରକ୍ଷା ଏଡିଜିପି ଦାୟିତ୍ୱ ଦିଆଯାଇଛି ।

ଅରୁଣ ବୋଥ୍ରାଙ୍କ ସ୍ଥାନରେ ବିନୟ ତୋଷ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି କରାଯାଇଛି । ରାଧାକିଷନ୍ ଶର୍ମାଙ୍କୁ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଛି । ଦୟାଲ୍ ଗଙ୍ଗୱାର କଟକ ସ୍ଥିତ ପୁଲିସ ମୁଖ୍ୟାଳୟର ଏଡିଜିପି ଭାବେ ନୂଆ ଦାୟିତ୍ୱ ପାଇଛନ୍ତି ।

ରାଜେଶ କୁମାରଙ୍କୁ ସ୍ପେଶିଆଲ୍ ଆର୍ମଡ ପୁଲିସ ଏଡିଜିପି ଭାବେ ବଦଳି କରାଯାଇଛି । କଟକ ଡିସିପି ଆର. ପ୍ରକାଶଙ୍କୁ କ୍ରାଇମ ବ୍ରାଞ୍ଚ ଡିଆଇଜି ଭାବେ ବଦଳି କରାଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com