ଓଡ଼ିଶାଜାତୀୟରାଜନୀତି

ନିର୍ବାଚନ ଲଢିବେ ରଘୁବର ଦାସ! ଦିଲ୍ଲୀ ଗସ୍ତ ପରେ ବଢିଲା ଚର୍ଚ୍ଚା । କାହିଁକି ଦେଖନ୍ତୁ

ଭୁବନେଶ୍ୱର(ଝାଡ଼ଖଣ୍ଡ): ଆଗକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଆସୁଛି । ଆଉ ଏହି ସମୟରେ ସବୁ ଦଳର ନଜର ଏବେ ଝାଡଖଣ୍ଡ ଉପରେ । ଝାଡ଼ଖଣ୍ଡ ନିର୍ବାଚନର ବିଜୟ ମୁକୁଟ ପିନ୍ଧିବା ପାଇଁ ବଡ଼ ରଣନୀତି ପ୍ରସ୍ତୁତ କରୁଛି ବିଜେପି ।

ଏହାରି ଭିତରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଝାଡଖଣ୍ଡରେ ସକ୍ରିୟ ରାଜନୀତିକୁ ଫେରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀଙ୍କ ସହ ପୃଥକ ବୈଠକରେ ରଘୁବର ଦାସ ଝାଡଖଣ୍ଡ ରାଜନୀତିକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କଠାରୁ ସେ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ମିଳିନାହିଁ । ଅନ୍ୟପଟେ ଓଡ଼ିଶା ବିଜେପିର କିଛି ଆଦିବାସୀ ନେତାଙ୍କୁ ନେଇ ଝାଡ଼ଖଣ୍ଡରେ ପ୍ରଚାର କରିବାକୁ ଯୋଜନା କରାଯାଇଛି । ସେ ଭିତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏଭଳି ଏକ ଦୃଶ୍ୟପଟ୍ଟରେ ଝାଡ଼ଖଣ୍ଡ ବିଜେପିର ସହ ପ୍ରଭାରୀ ହିମନ୍ତ ବିଶ୍ବଶର୍ମା, ଓଡ଼ିଶା ଆସି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବା ବଡ଼ ଚର୍ଚ୍ଚା ସୃଷ୍ଟି କରିଥିଲା । ଝାଡ଼ଖଣ୍ଡ ନିର୍ବାଚନରେ ରାଜ୍ୟପାଳ ରଘୁବର ଦାସଙ୍କ ଭୂମିକା କଣ ରହିବ, ସେ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା ।

ବିଭିନ୍ନ ସର୍ଭେ ଏବଂ ବିଜେପିର ଦଳର କର୍ମକର୍ତ୍ତାମାନେ ରଘୁବର ଦାସଙ୍କୁ ସେମାନଙ୍କର ପ୍ରଥମ ପସନ୍ଦ ବୋଲି ଘୋଷଣା କରିଛନ୍ତି । ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ଏବଂ ଝାଡଖଣ୍ଡର ନିର୍ବାଚନ ଦାୟିତ୍ୱରେ ଥିବା ହିମନ୍ତ ବିଶ୍ବଶର୍ମାଙ୍କ ସହ ରଘୁବର ଦାସଙ୍କ ଦୀର୍ଘ ସମୟର ବୈଠକ କରିବା ଏକ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି ।

ଅନ୍ୟପଟେ ଓଡ଼ିଶା ବିଜେପିର କିଛି ତୁଙ୍ଗ ନେତା ଝାଡ଼ଖଣ୍ଡ ଯାଇ ପ୍ରଚାର କରିବେ ବୋଲି ଯୋଜନା ପ୍ରସ୍ତୁତ ହୋଇଛି । ରଘୁବର ଦାସ ହେଉଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ବିଜେପିର ଜଣେ ଟାଣୁଆ ନେତା ।

ତାଙ୍କୁ ଝାଡ଼ଝଣ୍ଡର ଓବିସି ଚେହେରା ବୋଲି କୁହାଯାଏ । କିଛି ଦିନ ତଳେ ଜେଏମଏମର ଟପ୍ ଲିଡର ଚମ୍ପାଇ ସୋରେନ, ବିଜେପିରେ ମିଶିବା ପରେ ଆଦିବାସୀ ଭୋଟ୍ ହାତେଇବାକୁ ଚମ୍ପାଇଙ୍କୁ ବଡ଼ ଦାୟିତ୍ବ ଦେଇଛି ଦଳ ।

ତେଣୁ ଓବିସି ଭୋଟ୍ ନିଜ ସପକ୍ଷରେ କରିବା ପାଇଁ ବିଜେପି ଲାଗି ପଡ଼ିଛି । ତେବେ ରଘୁବରଙ୍କ ଝାଡଖଣ୍ଡ ନିର୍ବାଚନରେ କଣ ଭୂମିକା ରହିବ ସେନେଇ ମଧ୍ୟ ଜୋର ଧରିଛି ଚର୍ଚ୍ଚା ।

ଅପରପକ୍ଷେ ରାଜନୀତି ସମୀକ୍ଷକ କହିଛନ୍ତି, ଝାଡ଼ଖଣ୍ଡରେ ଯେହେତୁ ଅଣ ଆଦିବାସୀ ତଥା ଓବିସି ବର୍ଗର ଭୋଟର ଅଧିକ ରହିଛନ୍ତି l ତାକୁ ନଜରରେ ରଖି ବିଜେପି କେନ୍ଦ୍ରୀୟ ନେତୃତ୍ବ କିଛି ରଣନୀତି କରୁଥାଇ ପାରନ୍ତି । ତେବେ ଝାଡ଼ଖଣ୍ଡ ନିର୍ବାଚନ ରାଜନୀତି ପଶାପାଲିରେ କିଏ ମାରିବ ବାଜି , ତାହା ଭୋଟ ଗଣତି ପରେ ହିଁ ଜଣା ପଡିବ l

Related Articles

Back to top button
WP Twitter Auto Publish Powered By : XYZScripts.com