ଜାତୀୟମନୋରଞ୍ଜନ

ସାଉଥ ସୁପରଷ୍ଟାର୍‌ ରଜନୀକାନ୍ତ ଅସୁସ୍ଥ; ହେଲ୍‌ଥ ଅପଡେଟ ଦେଉଛନ୍ତି ପତ୍ନୀ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର୍‌ ରଜନୀକାନ୍ତ ଅସୁସ୍ଥ । ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ । ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ସୋମବାର ବିଳମ୍ବିତ ରାତିରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ଏନେଇ ଅଭିନେତାଙ୍କ ପତ୍ନୀ ତାଙ୍କ ହେଲ୍‌ଥ ଅପଡେଟ ଦେଇଛନ୍ତି ।

ରଜନୀକାନ୍ତ ଅସୁସ୍ଥ ହେବା ଖବର ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୀଘ୍ର ଆରୋଗ୍ୟ ହେବା ପାଇଁ କାମନା କରିଛନ୍ତି ।

ଅନ୍ୟପଟେ ଡାକ୍ତରଖାନାର ସୂତ୍ରରୁ ପ୍ରକାଶ ଯେ ଅଭିନେତାଙ୍କର ହୃଦଘାତ ଜନିତ ସମସ୍ୟା ଥିବାରୁ ଇଣ୍ଟରଭେନସନାଲ ହୃଦ୍‌ରୋଗ ବିଶେଷଜ୍ଞଙ୍କଠାରୁ ଅନୁମତି ନିଆଯାଇଛି । ମଙ୍ଗଳବାର ଦିନ କାର୍ଡିଆକ୍ କ୍ୟାଥ୍ ଲ୍ୟାବ୍ରେ କିଛି ପରୀକ୍ଷା ଏବଂ କିଛି ପଦ୍ଧତି କରାଯିବ । ବର୍ତ୍ତମାନ ସୁଦ୍ଧା ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆପୋଲୋ ହସ୍ପିଟାଲ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ଡିସେମ୍ବର ୨୦୨୦ରେ ରଜନୀକାନ୍ତ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରଜନୀକାନ୍ତ ବର୍ତ୍ତମାନ ଲୋକେଶ କଙ୍ଗରାଜଙ୍କ ଫିଲ୍ମ ‘କୁଲି’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଲୋକେଶ କନଗରାଜ ରଜନୀକାନ୍ତଙ୍କ ସହ ପ୍ରଥମ ଥର ପାଇଁ କାମ କରୁଛନ୍ତି ।

ଏହା ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମ ହେବାକୁ ଯାଉଛି । ଜୁଲାଇରେ ହାଇଦ୍ରାବାଦରେ ‘କୁଲି’ର ସୁଟିଂ ଆରମ୍ଭ ହୋଇଥିଲା । ଫିଲ୍ମ ରିଲିଜ୍‌ ହେବା ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ତାରିଖ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇନାହିଁ ।

ଅନ୍ୟପଟେ ଆସନ୍ତା ଅକ୍ଟୋବର ୧୦ ତାରିଖରେ ରଜନୀକନ୍ତଙ୍କ ଅଭିନୀତ ତାମିଲି ଫିଲ୍ମ ‘ଭେଟ୍ଟିୟାନ’ ପରଦାକୁ ଆସିବାକୁ ଯାଉଛି । ସୋମବାର ଦିନ ‘ଭେଟ୍ଟିୟାନ’ ଟ୍ରେଲର ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା । ଫିଲ୍ମ ରିଲିଜ ତାରିଖ ଘୁଞ୍ଚିବ ନା ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇ ନାହିଁ ।

ଥଲାଇବା ରଜନୀକାନ୍ତ ତାଙ୍କ କ୍ୟାରିୟରରେ ଅନେକ ହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ତାଙ୍କର ହିରୋ ଭାବମୂର୍ତ୍ତି କମ୍‌ ହୋଇ ନାହିଁ । ତାଙ୍କର ଅଭିନୟ, ସଂଳାପ ଏବଂ ଶୈଳୀ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । ଦକ୍ଷିଣ ତଥା ବଲିଉଡରେ ମଧ୍ୟ ରଜନୀକାନ୍ତଙ୍କ ପ୍ରଶଂସକ ତାଲିକା ଖୁବ୍‌ ଅଧିକ ।

 

Related Articles

Back to top button
WP Twitter Auto Publish Powered By : XYZScripts.com