ଓଡ଼ିଶା

ଆଇନ ଶୃଙ୍ଖଳା, ଟ୍ରାଫିକ, ଖଣି, ନିଶା କାରବାର ପ୍ରମୁଖ ଆହ୍ୱାନ: ସାଗରିକା ନାଥ

ଭୁବନେଶ୍ୱର(ଆଶିଷ ମହାନ୍ତି): ଖୋର୍ଦ୍ଧାର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସାଗରିକା ନାଥ । ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହାପରେ ସମସ୍ତ ଥାନା ଅଧିକାରୀ ଏବଂ ଜିଲା ସ୍ତରୀୟ ଅଧିକାରୀଙ୍କ ସହ ଭାବ ବିନିମୟ କରିଥିଲେ ।

ସେହିପରି ଜିଲାର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ସହିତ ଲୋକମାନଙ୍କୁ କିପରି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ଏବଂ ତ୍ୱରିତ ନ୍ୟାୟ ପ୍ରଦାନ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।

ସେହିଭଳି ଟ୍ରାଫିକ ନିୟନ୍ତ୍ରଣ, ନିଶା, ଖଣି ଚାଲାଣ ଆଦି ରୋକିବା ଦିଗରେ ବାଲେଶ୍ୱର ଫର୍ମୁଲା ପ୍ରୟୋଗ କରାଯିବ ବୋଲି କହିଛନ୍ତି ସାଗରିକା l ବାଲେଶ୍ୱରରେ ଏସ୍.ପି ଥିବା ସମୟରେ ବାଇକ୍ ଚୋରି ଗ୍ୟାଙ୍ଗ, ଲୁଟେରା, ନିଶା ଚାଲାଣ ଗ୍ୟାଙ୍ଗ୍, ଏବଂ ବିଭିନ୍ନ ଦଙ୍ଗାକୁ ସଫଳତାର ମୁକାବିଲା କରିଛନ୍ତି ସାଗରିକା ।

ଯେଉଁଥିପାଇଁ ବାଲେଶ୍ୱରରେ ବେଶ୍ ସୁନାମ ଅର୍ଜନ କରିଥିଲେ । ଏବେ ଖୋର୍ଦ୍ଧା ଭଳି ଏକ ସମ୍ବେଦଳଶୀଳ ଜିଲ୍ଲାର ଏସ୍.ପି ଦାୟିତ୍ୱ ନେଇଥିବାରୁ ସାଗରିକାଙ୍କ ଠାରୁ ଉତ୍ତମ ପୋଲିସ ସେବା ପାଇବେ ବୋଲି ଜିଲ୍ଲା ବାସୀ ଆଶା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com