ଓଡ଼ିଶା

ସରକାରୀ ସ୍ତରରେ ପାଳନ ହେବ ସହିଦ ବାଜି ରାଉତ ଜୟନ୍ତୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏଣିକି ସରକାରୀ ସ୍ତରରେ ପାଳନ ହେବ ‘ବାଜି ରାଉତ ଜୟନ୍ତୀ’ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି । ସହିଦ ବାଜି ରାଉତଙ୍କ ଜୟନ୍ତୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଭଳି କହିଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ସରକାରୀ ସ୍ତରରେ ବାଜି ରାଉତ ଜୟନ୍ତୀ ପାଳନ ହେବ । ସରକାରୀ ସ୍ତରରେ ରାଜ୍ୟସ୍ତରୀୟ ବାଜି ରାଉତ ଜୟନ୍ତୀ ପାଳନ କରି ଓଡ଼ିଶାର ସର୍ବ କନିଷ୍ଠ ବରପୁତ୍ରଙ୍କୁ ସମ୍ମାନ ଜଣାଯିବ ।

ଏହି ଦିନ ପାଳନ କରି ଓଡିଶାବାସୀ ବାଜି ରାଉତଙ୍କ ତ୍ୟାଗ, ବଳିଦାନ, ସଂଘର୍ଷକୁ ସମ୍ମାନ ଜଣାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com