![](https://i0.wp.com/odia.mobilenews24x7.com/wp-content/uploads/2024/10/Screenshot-2024-10-07-174721.png?resize=529%2C470&ssl=1)
ନୂଆଦିଲ୍ଲୀ: ବିଶିଷ୍ଟ ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟା ଅସୁସ୍ଥ ହୋଇପଡ଼ିଥିବା ଖବର ଆସିଥିଲା । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମୁମ୍ବାଇ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ଖବର ଆସିଥିଲା । ହସ୍ପିଟାଲରୁ ମିଳିଥିବା ସୂଚନା ଅନୁଯାୟୀ, ରତନ ଟାଟାଙ୍କୁ ଗୁରୁତର ଅବସ୍ଥାରେ ବିଳମ୍ବିତ ରାତି ସାଢ଼େ ୧୨ରୁ ୧ଟା ମଧ୍ୟରେ ହସ୍ପିଟାଲକୁ ଅଣାଯାଇଥିଲା ।
ଜଣାଶୁଣା ହୃଦୟ ରୋଗ ବିଶେଷଜ୍ଞ ଡାକ୍ତର ଶାହାରୁଖ ଏସ୍ପି ଗୋଲବାଲାଙ୍କ ନେତୃତ୍ୱରେ ବିଶେଷଙ୍କ ଏକ ଟିମ୍ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି। ତାଙ୍କ ଅବସ୍ଥା ସ୍ଥିର ରହିଛି । ତେବେ ହସ୍ପିଟାଲରୁ ମିଳିଥିବା ସୂଚନା ଆଧାରରେ ୮୬ବର୍ଷୀୟ ରତନ ଟାଟାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ।
ସେପଟେ ସ୍ୱାସ୍ଥ୍ୟବସ୍ଥା ନେଇ ରତନ ଟାଟା ଏକ ବିବୃତି ଜାରି କରି କହିଛନ୍ତି ଯେ ‘ବୟସ ଜନିତ ସମସ୍ୟା କାରଣରୁ ସେ ଚେକ୍ ଅପ୍ ପାଇଁ ମେଡିକାଲ ଯାଇଥିଲେ । ଏଥିରେ ଚିନ୍ତା କରିବାର କିଛି ନାହିଁ । ବୟସ ଜନିତ ଜଟିଳତା ପାଇଁ ଡାକ୍ତରୀ ପରୀକ୍ଷା କରିବାକୁ ଯାଇଥିଲେ । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଆଇସିୟୁରେ ଭର୍ତ୍ତି ହେବା ଖବର ମିଛ, ଗୁଜବରେ ଜନସାଧାରଣ ବିଶ୍ୱାସ କରନ୍ତୁ ନାହିଁ ବୋଲି ନିଜେ ରତନ ଟାଟା କହିଛନ୍ତି ।