ଜାତୀୟରାଜନୀତି

ଲାଲୁ ଯାଦବ ପରିବାରକୁ ଦିଲ୍ଲୀ କୋର୍ଟରୁ ମିଳିଛି ବଡ଼ ଆଶ୍ଵସ୍ତି

ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବ ପରିବାରକୁ ଦିଲ୍ଲୀ କୋର୍ଟରୁ ବଡ଼ ଆଶ୍ଵସ୍ତି ମିଳିଛି । ରାଉଜ୍ ଆଭେନ୍ୟୁ କୋର୍ଟ ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ପରିବାରକୁ ଜାମିନ ପ୍ରଦାନ କରିଛନ୍ତି । ସୋମବାର ଲାଲୁ ପରିବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ପୂର୍ବାହ୍ନ ୧୦ଟାରେ ହାଜର ହୋଇଥିଲେ ।

ଲାଲୁ ଯାଦବ, ତାଙ୍କ ପୁଅ ତେଜସ୍ୱୀ ଯାଦବ ଏବଂ ତେଜପ୍ରତାପ ଯାଦବ ଅଦାଲତରେ ହାଜର ହୋଇଥିଲେ । ଲାଲୁ ଯାଦବଙ୍କ ସମେତ ସମସ୍ତ ୯ ଅଭିଯୁକ୍ତଙ୍କୁ ଜାମିନ ମିଳିଛି । ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସମସ୍ତଙ୍କୁ ନିଜ ପାସପୋର୍ଟ ଜମା କରିବାକୁ ପଡ଼ିବ l ଏବଂ ବିନା ଅନୁମତିରେ ଯାତ୍ରା କରିବେ ନାହିଁ ।

ଏହା ସହିତ ସମସ୍ତଙ୍କୁ ଚାର୍ଜସିଟର ଏକ କପି ଦେବାକୁ କୁହାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୫ରେ ହେବ। ଅନ୍ୟପଟେ ୨୦୦୪ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ କେନ୍ଦ୍ର ରେଳ ମନ୍ତ୍ରୀ ଥିବା ବେଳେ ଲାଲୁ ପ୍ରସାଦ ଯାଦବ ଲୋକଙ୍କଠାରୁ ଜମି ନେଇ ଚାକିରି କରାଇ ଦେଉଥିବ ଅଭିଯୋଗ ହୋଇଥିଲା ।

ସେ ମଧ୍ୟପ୍ରଦେଶର ଜବଲପୁରରେ ଅବସ୍ଥିତ ରେଳବାଇର ପଶ୍ଚିମ କେନ୍ଦ୍ରୀୟ ଜୋନ୍‌ରେ ଗ୍ରୁପ୍‌-ଡି ଚାକିରି କରାଇ ଦେବା ପାଇଁ ସେ ଲୋକଙ୍କୁ ତାଙ୍କ ନାମରେ କିମ୍ବା ତାଙ୍କ ପରିବାରର କାହା ନାମରେ ଜମି କରାଇ ଦେବାକୁ ସର୍ତ୍ତ ରଖୁଥିବା ଅଭିଯୋଗ ହେବା ପରେ ବିବାଦ ଘନେଇଥିଲା ।

ଏନେଇ ଚାକିରି ପାଇଁ ଜମି ମାମଲାରେ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ, ମିସା ଭାରତୀ ରାଉସ୍‌ ଆଭେନ୍ୟୁ କୋର୍ଟରେ ପହଞ୍ଚିଥିଲେ। ଇଡି ଚାର୍ଜଶିଟ୍‌ ଗ୍ରହଣ କରି କୋର୍ଟରେ ହାଜର ହେବାକୁ ସମନ ଜାରି କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com