ଜାତୀୟରାଜନୀତି

ମିଛ ହେଉଛି ଏକଜିଟ୍ ପୋଲ୍ ଆକଳନ,ମ୍ୟାଜିକ ନମ୍ବର ଡେଇଁଲା ବିଜେପି: ହରିୟାଣା

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି । ତେବେ ଏହାରି ଭିତରେ ବଡ ଖବର ହେଉଛି ବିଜେପି ଏଠାରେ ମ୍ୟାଜିକ୍‌‌ ନମ୍ବର ପାର କରିଛି । ପୂର୍ବରୁ ହରିୟାଣାରେ ଏକଜିଟ୍ ପୋଲ୍ ଆକଳନ ସଂପୂର୍ଣ୍ଣ ଓଲଟିଯାଇଥିବା ନଜର ଆସୁଛି । ବିଜେପି ୪୯ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୫ସିଟରେ ଆଗୁଆ ଓ ଅନ୍ୟ ସ୍ୱାଧୀନ ଦଳ ୬ଟି ଆସନରେ ଆଗୁଆ ରହିଛନ୍ତି ।

ହରିୟାଣାରେ ବିଜେପିର ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନୀ ଆଗୁଆ ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡା ମଧ୍ୟ ଆଗୁଆ ରହିଛନ୍ତି । ବିଜେପି ପ୍ରାଥମିକ ପର୍ଯ୍ୟାୟରେ ଆଗୁଆ ଥିବା ବେଳେ ଏବେ ମ୍ୟାଜିକ ନମ୍ବର ୪୬ ଡେଇଁବା ସହିତ ଅର୍ଦ୍ଧଶତକ ଛୁଇଁଛି ।

ବିଜେପି ଏବେ ୫୦ ସିଟ ଆଗରେ ରହିଥିବା ବେଳେ କଂଗ୍ରେସ ୩୪ ସିଟରେ ପଛରେ ରହିଛି । ଲାଗୁଛି ଏଥର ପୁଣି କଂଗ୍ରେସକୁ ହରିୟାଣାରେ ନିରାଶ ହେବାକୁ ପଡିବ । ପୁଣି ତୃତୀୟ ଥର ପାଇଁ ଶାସନ ଗାଦି ସମ୍ଭାଳିବ ବିଜେପି । ସେହିପରି କଂଗ୍ରେସ ପ୍ରାର୍ଥୀ କୁସ୍ତିଯୋଦ୍ଧା ବିନେଶ ଫୋଗଟ ଜୁଲାନାରେ ଆଗୁଆ ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com