ଜମ୍ମୁ କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବl ଦାବିରେ ପ୍ରସ୍ତାବ ପାରିତ; ମୋହର ମାରିଲାଲା ଉମର କ୍ୟାବିନେଟ୍
ଶ୍ରୀନଗର: ଜମ୍ମୁ କଶ୍ମୀର ଚଳିତ ନିର୍ବାଚନରେ ଏନସି ଦଳ ବହୁମତ ହାସଲ କରି ବିଜୟ ହୋଇଛି l ଆଉ ବର୍ତ୍ତମାନ ଜମ୍ମୁ କଶ୍ମୀରରେ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଉମର ଅବଦୁଲ୍ଲା l ତେବେ ସରକାର ଗଠନ କରିବା ମାସେ ପୂରଣ ହୋଇନି l ଏହାରି ଭିତରେ ଜମ୍ମୁ କଶ୍ମୀର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ପ୍ରସ୍ତାବ ଦେଇଥିଲେ ମୁଖ୍ୟଉମନ୍ତ୍ରୀ ଉମର ଅବଦୁଲ୍ଲା l ଯାହାକି ବର୍ତ୍ତମାନ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଲାଗି ଶନିବାର ଉମର ଅବଦୁଲ୍ଲା କ୍ୟାବିନେଟ୍ରେ ପ୍ରସ୍ତାବ ପାରିତ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ସରକାରଙ୍କ ସହ ଆଲୋଚନା କରିବା ଲାଗି କ୍ୟାବିନେଟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁମତି ଦେଇଛନ୍ତି । ଏହି ପ୍ରସ୍ତାବ ପାରିତ ହେବା ପରେ ସେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବା ଲାଗି ନୂଆଦିଲ୍ଲୀ ଗସ୍ତ କରିବେ । ତେବେ ଜମ୍ମୁରେ ନଭେମ୍ବର ୪ରୁ ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହେବ । ଏଥିରେ ନବ ନିର୍ବାଚିତ ବିଧାୟକମାନେ ଅକ୍ଟୋବର ୨୧ରେ ଶପଥ ଗ୍ରହଣ କରିବେ । ଏଥିଲାଗି ଶ୍ରୀନଗର ରାଜଭବନରେ ପ୍ରୋଟେମ ସ୍ପିକର ଭାବେ ମୁବାରକ ଗୁଲଙ୍କୁ ଶପଥ ଗ୍ରହଣ କରାଯାଇଛି । ସୋମବାର ଅପରାହ୍ନ ୨ଟାରେ ସେ ବିଧାନସଭାର ନବନିର୍ବାଚିତ ସଦସ୍ୟଙ୍କୁ ଶପଥ ଗ୍ରହଣ କରାଇବେ ।