କ୍ରୀଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି । ଦୀର୍ଘ ଦିନ ଧରି ବାହାରେ ରହିଥିବା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନ୍ ଏହି ଦଳକୁ ଫେରିଛନ୍ତି । ଋତୁରାଜ ଗାଇକ୍ଵାଡଙ୍କୁ ଦଳର ଅଧିନାୟକ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି । ବାସ୍ତବରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ବୋର୍ଡ ଇଣ୍ଡିଆ-ଏ ଦଳ ଘୋଷଣା କରିଛି । ୩୧ ଅକ୍ଟୋବରରୁ ଭାରତ-ଏ ଏବଂ ଅଷ୍ଟ୍ରେଲିଆ-ଏ ମଧ୍ୟରେ ଦୁଇଟି ପ୍ରଥମ ଶ୍ରେଣୀ (ଚାରି ଦିନିଆ) ମ୍ୟାଚ୍ ଖେଳାଯିବ । ଅଷ୍ଟ୍ରେଲିଆ-ଏ ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳିବା ପରେ ଭାରତ ଏ ଦଳ ଭାରତୀୟ ସିନିୟର ପୁରୁଷ ଦଳ ବିପକ୍ଷରେ ତିନି ଦିନିଆ ଇଣ୍ଟ୍ରା-ସ୍କ୍ୱାର୍ଡ ମ୍ୟାଚରେ ଭାଗ ନେବ ।

ଭାରତ-ଏ ଏବଂ ଅଷ୍ଟ୍ରେଲିଆ-ଏ ମଧ୍ୟରେ ପ୍ରଥମ ପ୍ରଥମ ଶ୍ରେଣୀ ମ୍ୟାଚ୍ ମକାୟରେ ଖେଳାଯିବ। ଏହା ପରେ ମେଲବର୍ଣ୍ଣରେ ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ । ତା’ପରେ ପର୍ଥରେ ସିନିୟର ପୁରୁଷ ଦଳ ବିପକ୍ଷରେ ଇଣ୍ଡିଆ-ଏର ଇଣ୍ଟ୍ରା- ସ୍କ୍ୱାର୍ଡ ମ୍ୟାଚ୍ ଖେଳାଯିବ । ସୂଚନାରୁ ପ୍ରକାଶ, ଭାରତୀୟ ସିନିୟର ପୁରୁଷ ଦଳ ପାଇଁ ଇଶାନ କିଶନଙ୍କ ଶେଷ ମ୍ୟାଚ ନଭେମ୍ବର ୨୦୨୩ ରେ ଟି -୨୦ ମ୍ୟାଚରେ ହୋଇଥିଲା । ଏହା ପରେ, ଇଶାନ ମାନସିକ ଥକ୍କା ଦର୍ଶାଇ ଏକ ବିରତି ନେଇଥିଲେ l

କିନ୍ତୁ ଏହି ବିରତି ପରେ ଇଶାନ ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆକୁ ଫେରିବାରେ ସକ୍ଷମ ହୋଇ ନାହାଁନ୍ତି l ଭାରତ ଏ ର ତିନୋଟି ମ୍ୟାଚ୍ ର କାର୍ଯ୍ୟସୂଚୀ ଅନୁଯାୟୀ, ଭାରତ-ଏ ବନାମ ଅଷ୍ଟ୍ରେଲିଆ-ଏ, ପ୍ରଥମ ଚାରି ଦିନିଆ ମ୍ୟାଚ୍ – ୩୧ ଅକ୍ଟୋବରରୁ ୦୩ ନଭେମ୍ବର । ଭାରତ-ଏ ବନାମ ଅଷ୍ଟ୍ରେଲିଆ-ଏ ଦ୍ୱିତୀୟ ଚାରି ଦିନିଆ ମ୍ୟାଚ୍–୦୭ ନଭେମ୍ବରରୁ ୧୦ ନଭେମ୍ବର । ଇଣ୍ଡିଆ-ଏ ବନାମ ସିନିୟର ଟିମ୍ ଇଣ୍ଡିଆ ଇଣ୍ଟ୍ରା ସ୍କ୍ବାଡ୍ ମ୍ୟାଚ୍ – ୧୫ ନଭେମ୍ବରରୁ ୧୭ ନଭେମ୍ବର ।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତ ଏ ଦଳ ରୁତୁରାଜ ଗାଇକ୍ଵାଡ (ଅଧିନାୟକ), ଅଭିମନ୍ୟୁ ଇଶ୍ଵରନ (ଉପ-ଅଧିନାୟକ), ସାଇ ସୁଦର୍ଶନ, ନୀତୀଶ କୁମାର ରେଡ୍ଡୀ, ଦେବଦତ୍ତ ପାଡିକଲ, ରିକି ଭୁଇ, ବାବା ଇନ୍ଦରଜିତ, ଇଶାନ କିଶନ (ୱିକେଟ୍ କିପର) ଅଭିଷେକ ପୋରେଲ (ୱିକେଟ୍ କିପର), ମୁକେଶ କୁମାର, ଖଲିଲ ଅହମ୍ମଦ, ନବଦୀପ ସାଇନି, ମାନବ ସୂତାର, ତନୁଶ କୋଟିଆନ୍ । ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ଇଣ୍ଡିଆ ଏ’ର ଅଷ୍ଟ୍ରେଲିଆ ଗସ୍ତ ଶେଷ ହେବାର କିଛି ଦିନ ପରେ ଆରମ୍ଭ ହେବ। ଏଥର ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ବର୍ଡର-ଗାଭାସ୍କର ଟ୍ରଫିରେ ମୋଟ ୫ଟି ଟେଷ୍ଟ ମ୍ୟାଚ ଖେଳିବେ। ସିରିଜର ପ୍ରଥମ ଟେଷ୍ଟ ନଭେମ୍ବର୨୨ରୁ ପର୍ଥରେ ଖେଳାଯିବ। ସିରିଜର ଶେଷ ମ୍ୟାଚ ୩ ରୁ ୭ ଜାନୁଆରୀ ମଧ୍ୟରେ ସିଡନୀରେ ଖେଳାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com