ଓଡ଼ିଶାରାଜନୀତି

କଂଗ୍ରେସ ସଭାପତି ରେସ୍ ରେ ୨୦ ଜଣ । ତା ଭିତରେ ଜଣେ ମହିଳା : ସୁର

ଭୁବନେଶ୍ୱର: ୩ମାସରୁ ଅଧିକ ସମୟ । ଚେତା ହରାଇଛି ରାଜ୍ୟ କଂଗ୍ରେସ । ମୁରବୀଶୂନ୍ୟ ହୋଇଛି ହାତ । ଆଉ ଖାଁ ଖାଁ ପଡିଛି କଂଗ୍ରେସ ଭବନ । ହେଲେ ଏବେ ଦଳରେ ଖେଳିଛି ଖୁସିର ଲହରି । କାରଣ ଦିପାବଳୀ ପୂର୍ବରୁ ମଙ୍ଗ ଧରିବେ ମୁଖିଆ । ସେଥିପାଇଁ ଚାଲିଛି ମଙ୍ଗୁଆଳ ଖୋଜା । ଏନେଇ ଖୁବଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା । ତେବେ କୁହାଯାଉଛି କି ପିସିସି ରେସରେ ଅଛନ୍ତି ୨୦ଜଣ ବରିଷ୍ଠ ନେତା । ଭକ୍ତ ଦାସ, ଶ୍ରୀକାନ୍ତ ଜେନା, ପ୍ରସାଦ ହରିଚନ୍ଦନ, ମହମ୍ମଦ ମୋକିମ୍, ଜୟଦେବ ଜେନାଙ୍କ ଭଳି ଅନେକ ଚେହେରାକୁ ନେଇ ଚାଲିଛି ନାନା କଳ୍ପନାଜଳ୍ପନା ।

ହେଲେ ଏମାନଙ୍କ ଭିତରେ ଅଛନ୍ତି ଜଣେ ମହିଳା । ହେଲେ ସେ କିଏ, ତାକୁ ନେଇ ରହିଛି ସସପେନ୍ସ । ଏନେଇ ବରିଷ୍ଠ ନେତା ସୁର ରାଉତରାୟଙ୍କ ବୟାନ ପରେ, ଜୋର ଧରିଛି ଚର୍ଚ୍ଚା । ଶୁଣନ୍ତୁ ପିସିସି ନେଇ କଣ କହିଥିଲେ ସୁର । ତେବେ ସୁରଙ୍କ ଏହି ମନ୍ତବ୍ୟ ପରେ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା କି ସେ ମହିଳା ଜଣଙ୍କ ହେଉଛନ୍ତି ସୋଫିଆ ଫିଦେ୍ର୍ଦାସ । ବାରବାଟୀରେ ଚମକୁ ଥିବା ମୋକିମଙ୍କ ଝିଅ ସୋଫିଆ କଂଗ୍ରେସର ସଭାପତି ହେବା ନେଇ ଚାଲିଛି ଆଲୋଚନା । ହେଲେ ଏଥିରେ ବାସ୍ତବତା କେତେ ସେନେଇ ମିଳିନି କୌଣସି ସ୍ପଷ୍ଟତା ।

ସେପଟେ ପିସିସି ଚୟନ ନେଇ ଗ୍ରାଉଣ୍ଡ ଜିରୋ ରିପୋର୍ଟ ଚାହୁଁଛି ଏଆଇସିସି । ଏଥିପାଇଁ ଛତିଶଗଡର ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଦାୟିତ୍ବ ମିଳିଛି । ଏଇ ସପ୍ତାହରେ ଚରଣ ଓଡ଼ିଶା ଆସି ସାଙ୍ଗଠନିକ ସ୍ଥିତି ଓ ନେତୃତ୍ବକୁ ନେଇ ଦଳୀୟ ନେତାଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା କରିବେ ବୋଲି ଜଣାପଡିଛି । ତେଣୁ ନେତା ଓ କର୍ମୀଙ୍କ ମଧ୍ୟରେ ଏବେ ଗୋଟିଏ ଚର୍ଚ୍ଚା, କାହା ହାତରେ ହାଇକମାଣ୍ଡ ଦେବେ ଓଡ଼ିଶା କଂଗ୍ରେସର ନେତୃତ୍ବ?

Related Articles

Back to top button
WP Twitter Auto Publish Powered By : XYZScripts.com