ଜାତୀୟରାଜନୀତି

ୱାୟନାଡରୁ ନାମାଙ୍କନପତ୍ର ଦାଖଲ କଲେ ପ୍ରିୟଙ୍କା, ଏହି ସମୟରେ ଉପସ୍ଥିତ ଥିଲେ…

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ବୁଧବାର କେରଳ ୱାୟନାଡରୁ ଲୋକସଭା ଉପନିର୍ବାଚନ ଲଢିବାକୁ ଯାଉଛନ୍ତି । ଏଥିପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଏହି ସମୟରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ। ରାହୁଲ ଗାନ୍ଧୀ ୱାୟନାଡରୁ ଲୋକସଭା ନିର୍ବାଚନରେ ଜିତିବା ପରେ ଏହି ଆସନ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ନାମାଙ୍କନ ଦାଖଲ କରିବା ପୂର୍ବରୁ ପ୍ରିୟଙ୍କା ଏକ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଏହି ଆସନରୁ ନିର୍ବାଚନ ଲଡି ପ୍ରିୟଙ୍କା ରାଜନୀତିରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ଅନ୍ୟ ପ୍ରାର୍ଥୀଙ୍କ ସହ ଭାଇ ରାହୁଲ ଗାନ୍ଧୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ସହ ଅନେକ ରାଲିକୁ ସମ୍ବୋଧିତ କରିଛନ୍ତି । ଅକ୍ଟୋବର ୨୬ରୁ କଂଗ୍ରେସ ଏଠାରେ ପ୍ରଚାର ଆରମ୍ଭ କରିବେ । ୧୩ ନଭେମ୍ବରରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି ।

ସୂଚନା ମୁତାବକ, ପ୍ରିୟଙ୍କା ଗାନ୍ଧୀଙ୍କ ନିର୍ବାଚନ ୱାୟନାଡ ଉପ-ନିର୍ବାଚନ ଠାରୁ ଆରମ୍ଭ ହେବାକୁ ଯାଉଛି । କଂଗ୍ରେସର ସାଧାରଣ ସମ୍ପାଦକ ତଥା ୱାୟନାଡ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ୱାଡ୍ରା ଏକ ସାଧାରଣ ସଭାରେ ସମ୍ବୋଧିତ କରି କହିଛନ୍ତି ଯେ, ୩୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୁଁ ନିଜ ପାଇଁ ସମର୍ଥନ ମାଗିବାକୁ ଆସିଛି। ମୋତେ ସୁଯୋଗ ଦିଅନ୍ତୁ। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ୱାଡ୍ରା ୱାୟନାଡ ଲୋକସଭା ଆସନରେ ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ଏକ ରୋଡ୍ ସୋ ଆୟୋଜନ କରିଥିଲେ ଯେଉଁଥିରେ ୟୁନାଇଟେଡ୍ ପ୍ରଗତିଶୀଳ ଫ୍ରଣ୍ଟ (UDF) ନେତା ଓ କର୍ମୀଙ୍କ ସମେତ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। ଏହି ଉପ-ନିର୍ବାଚନ ମାଧ୍ୟମରେ ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ପାଇଁ ନିର୍ବାଚନରେ ​​ପ୍ରବେଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com