ବାଣିଜ୍ୟ
ପୁଣି ତଳକୁ ଖସିଲା ଶେୟାର ବଜାର: ୧୦ ଲକ୍ଷ କୋଟି ହରାଇଲେ ନିବେଶକ
ନୂଆଦିଲ୍ଲୀ: ଶୁକ୍ରବାର ଶେୟାର ବଜାରରେ ବଡ଼ ଧରଣର ହ୍ରାସ ଘଟିଛି l ଶେୟାର ବଜାର ଏକପ୍ରକାର ଭୁଶୁଡ଼ି ପଡ଼ିଛି । ଯାହାଫଳରେ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ବ୍ୟାଙ୍କ ନିଫଟି ସମେତ କ୍ଷୁଦ୍ର ପୁଞ୍ଜି ଏବଂ ମଧ୍ୟମ ପୁଞ୍ଜି ସୂଚକାଙ୍କ ବହୁମାତ୍ରାରେ ହ୍ରାସ ପାଇଥିଲା । ବ୍ୟାଙ୍କ ନିଫ୍ଟି ୧୧୦୦ ପଏଣ୍ଟ ତଳକୁ ଖସିପଡ଼ିଥିବା ବେଳେ ସେନ୍ସେକ୍ସ ୯୦୦ ପଏଣ୍ଟ କମି ଯାଇଥିଲା ।
ନିଫଟ୍ ମଧ୍ୟ ୩୦୦ ପଏଣ୍ଟ ହ୍ରାସ ପାଇ ୨୪୧୦୦କୁ ଖସିଆସିଥିଲା । ଗତ କିଛିଦିନ ହେବ ବିଦେଶୀ ନିବେଶକମାନେ ଶେୟାର ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିନେଉଥିବାରୁ ଭାରତୀୟ ଷ୍ଟକ ବଜାରରେ ଏହାର ଗୁରୁତର ପ୍ରଭାବ ପଡ଼ିଛି । ସେନସେକ୍ସ ଏବଂ ନିଫଟି ପ୍ରତିଦିନ ହ୍ରାସ ପାଇବାରେ ଲାଗିଛି । ଗୋଟିଏ ଦିନରେ ବିଏସଇ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ପୁଞ୍ଜି ବଜାର ୯.୮ ଲକ୍ଷ କୋଟି ହ୍ରାସ ପାଇଁ ୪୩୫.୧ ଲକ୍ଷ କୋଟିରେ ପହଞ୍ଚିଛି ।