ଓଡ଼ିଶା

ଓଡ଼ିଶାକୁ ଆସିଲା ୨୨ଟି ଫାୟାର ଫାଇଟିଂ ରୋବୋଟିକ; କେମିତି ହେବ ନିଆଁ ନିୟନ୍ତ୍ରଣ, ଜାଣନ୍ତୁ

ଭୁବନେଶ୍ୱର: ଏଣିକି ଅଗ୍ନିଶମ କର୍ମଚାରୀଙ୍କୁ ଆଉ ନିଆଁ ଲିଭାଇବା ପାଇଁ ପରିଶ୍ରମ କରିବାକୁ ପଡ଼ିବ ନାହିଁ l ଏନେଇ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ରହିଥିଲେ । ଅଗ୍ନିଶମ ବିଭାଗକୁ ଅଧିକ ସଶକ୍ତ ଓ ମଜଭୁତ କରିବା ନିମନ୍ତେ ଏହି ଅବସରରେ ୨୨ଟି ଫାୟାର ଫାଇଟିଙ୍ଗ ରୋବଟିକ୍‌ ମନିଟରକୁ ସାମିଲ କରାଯାଇଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ରୋବୋଟ୍ ଦେଖାଇଥିଲା ନିଆଁ ଲିଭାଇବାର କୌଶଳ । ଯେଉଁ ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟୁଛି, ସେଠାରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ପାରୁନି । ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ଏହି ରୋବଟ କିନ୍ତୁ ନିଆଁ ଭିତରେ ପଶିବ ଓ ତତ୍‌କ୍ଷଣାତ ନିଆଁ ଲିଭାଇବ । ଜଣେ ଅଗ୍ନିଶମ କର୍ମଚାରୀ ଏହାର ରିମୋଟକୁ ନିୟନ୍ତ୍ରଣ କରିବେ ।

ଏହି ରୋବଟ ଭିତରେ ପାଣି ପଶିବ । ନିଆଁ ଲାଗିଥିବା ସ୍ଥାନକୁ ଯାଇ ଉକ୍ତ ମେସିନଟି ପାଣି ସ୍ପ୍ରେ କରିବ । ଏଥିସହ ଅତ୍ୟଧିକ ଉତ୍ତାପରେ ମଧ୍ୟ ମନିଟରକୁ ଥଣ୍ଡା ରଖିବାକୁ ବ୍ୟବସ୍ଥା କରାଯାଇଛି । ଏହି ରୋବଟରେ ୩୬୦ ଡିଗ୍ରୀ କ୍ୟାମେରା ବ୍ୟବହାର କରାଯାଇଛି । ଥର୍ମାଲ ଓ ନର୍ମାଲ କ୍ୟାମେରା ବ୍ୟବହାର ହୋଇଛି । ନର୍ମାଲ କ୍ୟାମେରା ଦ୍ୱାରା ଆଗରେ ରାସ୍ତା କ୍ଲିୟର ଅଛି ନା ନାହିଁ ତାହା ଜଣାପଡ଼ିବ । ଥର୍ମାଲ କ୍ୟାମେରା ଦ୍ୱାରା ନିଆଁ ଲାଗିବା ଦ୍ୱାରା ଚାରିଆଡ଼େ ଧୂଆଁମୟ ହୋଇଗଲେ ଆଗରେ କ’ଣ ଅଛି ତାହା ଜଣାପଡ଼ିବ ।

୧ କିମି ଦୂରରୁ ଏହାକୁ ରିମୋଟ ଦ୍ୱାରା ନିୟନ୍ତ୍ରଣ କରିହେବ । ସହରର ଗଳି କନ୍ଦିରେ କୌଣସି ସ୍ଥାନରେ ନିଆଁ ଲାଗିଲେ ସେଠାରେ ପହଞ୍ଚିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କାଠିକର ପାଠ ହେଉଥିବା ବେଳେ ଏହି ରୋବଟ କିନ୍ତୁ ଅନାୟସରେ ଘଟଣାସ୍ଥଳରେ ପହଞ୍ଚିପାରିବ । ଏହାଦ୍ୱାରା କେତ ମାତ୍ରାରେ ଅଗ୍ନିକାଣ୍ଡ କ୍ଷୟକ୍ଷତିରୁ ବର୍ତ୍ତି ହେବ ତଥା କେତେ ସହଜରେ ନିଆଁ ଲିଭାଇ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ । ଅନ୍ୟପଟେ ରୋବୋଟିକ ମନିଟର ନାଁ ହେଉଛି ଫାୟାର ଫାଇଟିଂ । ଓଡ଼ିଶାରେ ପ୍ରଥମ ଥର ପାଇଁ ନିଆଁ ଲିଭାଇବା ନିମନ୍ତେ ଏପରି ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପନ୍ନ ରୋବଟକୁ ବ୍ୟବହାର କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com