ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ; ମହାରାଷ୍ଟ୍ରରୁ ଆସିବେ ୫ ବାଘୁଣୀ
ଭୁବନେଶ୍ୱର: ମହାରାଷ୍ଟ୍ରରୁ ଓଡିଶାକୁ ଆସିବେ ୫ ବାଘୁଣୀ । ବାଘ ବଂଶ ବିସ୍ତାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ l ସୋମାବାର ଶିମିଳିପାଳ ଏନ୍କ୍ଲୋଜରେ ମହାରାଷ୍ଟ୍ର ବାଘୁଣୀ ଯମୁନାକୁ ଛଡାଯାଇଛି । ଖୁବ୍ କମ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀ ଛଡା ଯିବା ପାଇଁ ବ୍ୟବସ୍ଥା କରାଯାଉଛି । ବାଘ୍ର ସଂରକ୍ଷଣ ଜାତୀୟ ଉଦ୍ୟlନରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ଏହି ଯୋଜନା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ଅନ୍ୟପଟେ ମହାରାଷ୍ଟ୍ରର ତାଡୋବା ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ବାଘୁଣୀକୁ ଶିମିଳିପାଳ ଏନକ୍ଲୋଜରରେ ସଫଳତାର ସହ ଛଡାଯାଇଛି । ଦୀପାବଳିର ସପ୍ତାହେ ପରେ ସେହି ପ୍ରକଳ୍ପରୁ ପୁଣି ଆଉ ଏକ ବାଘୁଣୀ ଛଡ଼ାଯିବାକୁ ଯୋଜନା କରାଯାଇଛି । ଯମୁନାର ସ୍ୱାସ୍ଥ୍ୟବସ୍ଥା ଦେଖି ନୂଆ ବାଘୁଣୀ ଆସିବାର ଦିନ ଧାର୍ଯ୍ୟ ହେବ । ତେବେ ଯମୁନାକୁ ଛଡାଯିବା ପରେ ସେ ସମ୍ପୂର୍ଣ ଭାବରେ ଖୁବ୍ ଫୁର୍ତ୍ତିର ସହ ଖେଳୁଛି ଓ ସୁସ୍ଥ ଅଛି ବୋଲି ସୂଚନା ମିଳିଛି । ଯମୁନା ଦେହରେ କଲର ଆଇଡି ଲାଗି ଥିବାରୁ ସବୁ ସମୟରେ ତାକୁ ଟ୍ରାକ୍ କରିବା ସହିତ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଯାଞ୍ଚ୍ କରାଯାଇପାରିବ ।
ମହାରାଷ୍ଟ୍ର ଓ ଶିମିଳିପାଳର ଏକ ମିଳିତ ବିଶେଷଜ୍ଞ ଦଳ ବର୍ତ୍ତମାନ ଯମୁନା ଉପରେ ଦିନରାତି ନଜର ରଖିଛନ୍ତି । ନୂଆ ସ୍ଥାନ ଓ ଜଳବାୟୁ ସହିତ ଅଲଗା ପରିସ୍ଥିତିରେ ତାର ଗତିବିଧି ଏବଂ ସ୍ୱାସ୍ଥ୍ୟ କେମିତି ରହୁଛି ତା ଉପରେ ନଜର ରଖିଛି ବିଭାଗ । ସବୁ ଠିକ୍ ରହିଲେ ଶିମିଳିପାଳ କୋର୍ ଜଙ୍ଗଲରେ ବାଘୁଣୀକୁ ଛଡାଯିବ । ୨୦୧୪ରୁ ଶିମିଳିପାଳରେ କେବଳ ଗୋଟିଏ ପୁରୁଷ ବାଘ ରହିଥିବାରୁ କେବଳ ତା ଠାରୁ ଜନ୍ମ ବାଘ ମାନଙ୍କର ପୁଣି ବଂଶ ବିସ୍ତାର ହେବା ଫଳରେ ଏକ ଅନିୟନ୍ତ୍ରିତ ବଂଶ ବିସ୍ତାର ଫଳରେ ମିଲେନିଷ୍ଟିକ୍ ଟାଇଗର ବା କଳବାଘ ଭଳି ପ୍ରଜାତିର ଜନ୍ମ । ଏହି ସଂଖ୍ୟା ନିୟନ୍ତ୍ରଣ କରି ସୁସ୍ଥ ମହାବଳ ବାଘର ବଂଶ ବିସ୍ତାର କରିବା ଏହି ଯୋଜନାର ଲକ୍ଷ୍ୟ ବୋଲି କହିଛନ୍ତି ଶିମିଳିପାଳର ମୁଖ୍ୟ ବନ ସଂରକ୍ଷକ ।