ନୂଆଦିଲ୍ଲୀ: ଆକ୍ସନ ମୋଡରେ ବିଜେପି । ବିଧାନସଭା ନିର୍ବାଚନ ପରେ ବଦଳାଇଛି ରଣନିତୀ । ଜାମ୍ମୁ-କାଶ୍ମୀରରେ ହାରିବା ପରେ ସଂଗଠନରେ ଦଳ ଆଣିଛି ପରିବର୍ତନ । ପୂର୍ବରୁ ଥିବା ଅଧ୍ୟକ୍ଷଙ୍କୁ ପଦରୁ ହଟାଯାଇଛି । ରବିନ୍ଦ୍ର ରାଇନାଙ୍କ ବଦଳରେ ସତ ଶର୍ମାଙ୍କୁ ଜମ୍ମୁ କଶ୍ମୀରର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି ଭାରତୀୟ ଜନତା ପାର୍ଟି । ଏନେଇ ଦଳ ପକ୍ଷରୁ ଜାରି ଏକ ଚିଠିରେ କୁହାଯାଇଛି ଯେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସତ ଶର୍ମାଙ୍କୁ ଜମ୍ମୁ କଶ୍ମୀରର ବିଜେପି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ।
ସେହିପରି ସଭାପତି ପଦରୁ ହଟାଯିବା ପରେ ରବିନ୍ଦ୍ର ରାଇନାଙ୍କୁ ଦଳର ଜାତୀୟ କାର୍ୟ୍ୟନିର୍ବାହୀ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ସତ ଶର୍ମାଙ୍କୁ ରାଜ୍ୟର କାର୍ୟ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରିଥିଲା । ତେଣୁ ସଂଗଠନରେ କାର୍ୟ୍ୟ କରିବାର ତାଙ୍କର ଅଭିଜ୍ଞତା ଅଛି । ଅନ୍ୟପଟେ ରବିନ୍ଦ୍ର ରାଇନାଙ୍କ କାର୍ୟ୍ୟକାଳ ବହୁ ପୂର୍ବରୁ ଶେଷ ହୋଇଥିଲା । ସେ ୨୦୧୮ରୁ ଏହି ପଦବୀରେ ଥିଲେ । କୁହାଯାଉଛି କି ଦଳ ସାଂଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି, ତେଣୁ ନେତୃତ୍ୱରେ ପରିବର୍ତ୍ତନ ଏକ ପ୍ରାକୃତିକ ପ୍ରକ୍ରିୟା । ଏହି କ୍ରମରେ ଆଗାମୀ ଦିନରେ ଦଳ ଅନେକ ରାଜ୍ୟରେ ବିଜେପିର ନୂତନ ଅଧ୍ୟକ୍ଷ ଚୟନ ନେଇ ଚର୍ଚ୍ଚା ହେଉଛି ।