ଆମ୍ବ ଟାକୁଆ ନୁହେଁ, ବାସି ଖାଦ୍ୟ ଯୋଗୁଁ ମୃତ୍ୟୁ ହୋଇଛି: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
ଭୁବନେଶ୍ୱର: କନ୍ଧମାଳରେ ପୁଣି ଆରମ୍ଭ ହୋଇଛି ଆମ୍ବ ଟାକୁଆ ଜନିତ ମୃତ୍ୟୁ । ଏହାକୁ ନେଇ ରାଜ୍ୟରେ ରାଜନୈତିକ ଚର୍ଚ୍ଚାରେ ହଟଚମଟ ସୃଷ୍ଟି କରିଛି । ତେବେ ଆମ୍ବ ଟାକୁଆ ଜନିତ ମୃତ୍ୟୁକୁ ବିଜେପି ଚପାଇ ଦେବାକୁ ଚାହୁଁଥିବା ବେଳେ ରାଶାନ ଚାଉଳ ନପାଇବାରୁ ସେମାନେ ବାଧ୍ୟ ହୋଇ ଆମ୍ବ ଟାକୁଆ ଖାଇ ମୃତ୍ୟୁ ମୁଖରେ ପଡିଥିବା ବିଜେଡ଼ି ମୁଖପାତ୍ର ସଞ୍ଜୟ ଦାସବର୍ମା କହିଛନ୍ତି ।
ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆମ୍ବ ଟାକୁଆ ତାଙ୍କର ପାରମ୍ପରିକ ଖାଦ୍ୟ । ଆମ୍ବ ଟାକୁଆ ନୁହେଁ ବରଂ ବାସି ଖାଦ୍ୟ ଯୋଗୁଁ ମୃତ୍ୟୁ ହୋଇଥିଲା କହିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ କନ୍ଧମାଳ ଜିଲ୍ଲାପାଳଙ୍କ ସହ କଥା ହୋଇଛି । ଜିଲ୍ଲାରେ ଚାଉଳରେ କୌଣସି ଅଭାବୀ ନାହିଁ । ତେଣୁ ଚାଉଳ ଉଠାଯାଉଛି ଏବଂ ବଣ୍ଟା ମଧ୍ୟ ଯାଉଛି । ଅନ୍ୟପଟେ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଉଳ ଉଠାଯାଇଛି । ଅକ୍ଟୋବରରୁ ଡିସେମ୍ବର ମାସର ଚାଉଳ ଏବେ ବଣ୍ଟାଯାଉଛି । ପର୍ଯ୍ୟାପ୍ତ ଚାଉଳ ଥିବାରୁ ସେମାନେ ଚାଉଳ ଉଠାଇ ନାହାନ୍ତି ।
ତେବେ ଏହି ମାମଲାରେ ପୂର୍ବରୁ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଏମକେସିଜିରେ ଚିକିତ୍ସାଧୀନ ଜଣେ ରୋଗୀ ଜୀବନ୍ତି ମାଝୀ କହିଛନ୍ତି, ଗାଁର ସାହିର ରୁନୁ ମାଝୀ ଆମ୍ବ ଟାକୁଆରୁ ଜାଉ ତିଆରି କରିଥିଲେ । ବୁଧବାର ସକାଳେ ଟାକୁଆରୁ ପ୍ରସ୍ତୁତ ଜାଉକୁ ସମସ୍ତେ ମିଳିମିଶି ଖାଇଥିଲେ । ଖାଇବାର କିଛି ସମୟ ପରେ ଅସୁସ୍ଥ ଅନୁଭବ କରିଥିଲେ ସମସ୍ତେ । ଅଧିକାଂଶ ସମୟରେ ଆମ୍ବ ଟାକୁଆରୁ ପ୍ରସ୍ତୁତ ଜାଉ ଖାଇଥାଉ । କିନ୍ତୁ ଏହି ଜାଉ ବାସି ହୋଇଯାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଲା ବୋଲି କହିଛନ୍ତି ଜୀବନ୍ତି ।