ଅନ୍ତର୍ଜାତୀୟଜାତୀୟରାଜନୀତି

ଆମେରିକା ରାଷ୍ଟ୍ରପତି ନିର୍ବାଚନ; ବିଜୟ ପରେ ଡୋନାଲ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ୪ ବର୍ଷ ପରେ କମବ୍ୟାକ୍ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହା ପରେ ଟ୍ରମ୍ପଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଏନେଇ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ୍ସ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି l

ଏହି ପୋଷ୍ଟରେ କହିଛନ୍ତି ଯେ, ଆପଣଙ୍କର ଏହି ଐତିହାସିକ ନିର୍ବାଚନର ବିଜୟ ପାଇଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଉଛି । ଯେହେତୁ ଆପଣ ଆପଣଙ୍କର ପୂର୍ବ କାର୍ଯ୍ୟକାଳର ସଫଳତାକୁ ଆଗକୁ ବଢାଉଛନ୍ତି l ମୁଁ ଭାରତ-ଆମେରିକାର ବିସ୍ତୃତ ବୈଶିକ ଏବଂ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ ଓ ନବୀକରଣ କରିବାକୁ ଅପେକ୍ଷା କରିଛି । ଆସନ୍ତୁ ଆମ ଲୋକଙ୍କ କଲ୍ୟାଣ ପାଇଁ ଏବଂ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଏକତ୍ର କାର୍ଯ୍ୟ କରିବା । ଅନ୍ୟପଟେ କମଳା ହାରିସଙ୍କୁ ପଛରେ ପକାଇ ବାଜି ମାରି ଆମେରିକାର ବସ୍ ହୋଇଛନ୍ତି ଟ୍ରମ୍ପ ।

ସୂଚନା ଯୋଗ୍ୟକି, ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ  । ଡେମୋକ୍ରାଟିକ ପାର୍ଟିର କମଳା ହାରିସଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି । ହ୍ବାଇଟ ହାଉସ ହାତେଇବାକୁ ଲୋଡା ଥିବା ମ୍ୟାଜିକ ନମ୍ବର ୨୭୦କୁ ଟପି ୨୭୭ ଭୋଟ ହାତେଇ ଆମେରିକା ବସ୍ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com