କ୍ରୀଡ଼ାଜାତୀୟ

ଆଇପିଏଲରେ ସର୍ବକନିଷ୍ଠ ୧୩ ବର୍ଷୀୟ ପ୍ଲେୟାର, ନିଲାମରେ ବାଜିଲା ୧ କୋଟିରୁ ଉଦ୍ଧ୍ୱର୍ର ମୋହର; ଜାଣନ୍ତୁ କିଏ

ନୂଆଦିଲ୍ଲୀ: ବୟସ ମାତ୍ର ୧୩ ବର୍ଷ । କିନ୍ତୁ କୋଟିଏ ଟଙ୍କାରୁ ଉଦ୍ଧ୍ୱର୍ରେ କିଣା ହୋଇ ସାମିଲ ହୋଇଛନ୍ତି ଆଇପିଏଲର ଚଳିତ ସଂସ୍କରଣରେ । ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ଭାବେ ସାମିଲ ହୋଇଥିବା ବିହାରର ବୈଭବ ସୂର୍ୟ୍ୟବଂଶୀ କମାଲ କରିଛନ୍ତି। ତାଙ୍କୁ ଅକ୍ସନ ବେଳେ କିଣିଛି ରାଜସ୍ଥାନ ରୟାଲ୍ସ।

ବିଡ ୱାରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପଛରେ ପକାଇ ରାଜସ୍ଥାନ ୧୩ ବର୍ଷୀୟ ବୈଭବ ସୂର୍ୟ୍ୟବଂଶୀଙ୍କୁ ନିଜ ସହ ସାମିଲ କରିଛି। ୧୩ ବର୍ଷ ବୟସରେ କୌଣସି ଖେଳାଳି ବିଶ୍ୱସ୍ତରୀୟ ପ୍ରିମିୟର ଲିଗ ଖେଳିବାର ନଜିର ନାହିଁ। ହେଲେ ବୈଭବ ମେଗା ଅକ୍ସନରେ ରାଜସ୍ଥାନକୁ ଯାଇଥିବାରୁ ସେ ଆଇପିଏଲ ଖେଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଯଦି ସେ ଡେବ୍ୟୁ କରନ୍ତି, ତା’ହେଲେ ସେ ଆଇପିଏଲ ଇତିହାସରେ ସର୍ବକନିଷ୍ଠ ଖେଳାଳି ଭାବେ ଏପରି ସଫଳତା ହାସଲ କରିବେ।

ଯଦି ତାଙ୍କ କି୍ରକେଟ କ୍ୟାରିଅର କଥା ଆଲୋଚନା କରିବା ତେବେ ବୈଭବ ୨୦୨୪ ଅକ୍ଟୋବରରେ ବେଶ ଚର୍ଚ୍ଚାକୁ ଆସିଥିଲେ। ସେ ଅଷ୍ଟ୍ରେଲିଆ ଅଣ୍ଡର ୧୯ ଟିମ ବିପକ୍ଷରେ ଭାରତ ପାଇଁ ୬୨ ବଲରେ ବିସ୍ଫୋରକ ୧୦୪ ରନର ଇନିଂସ ଖେଳିଥିଲେ। ଏଥିସହ ଅଣ୍ଡର-୧୯ କ୍ରିକେଟରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ମଧ୍ୟ କରିଥିଲେ। ମାତ୍ର ୫୮ଟି ବଲରୁ ତାଙ୍କ ବ୍ୟାଟରୁ ଶତକ ଦେଖିବାରକୁ ମିଳିଥିଲା। ଏହି ଇନିଂସରେ ସେ ୧୪ଟି ଚୌକା ଓ ୪ଟି ଛକା ମାରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com