Featuredଓଡ଼ିଶା

ଶନିବାର ଲ୍ୟାଣ୍ଡଫଲ କରିବ ବାତ୍ୟା ପେଙ୍ଗଲ, ଓଡ଼ିଶାର ଏହି ଜିଲ୍ଲା ଗୁଡ଼ିକରେ ପକାଇବ ପ୍ରଭାବ

ଭୁବନେଶ୍ୱର: ଦାନା ବାନ୍ଧୁଛି ବାତ୍ୟା । ବାତ୍ୟା ପେଙ୍ଗଲ ଶନିବାର ଲ୍ୟାଣ୍ଡଫଲ କରିବା ଏକ ପ୍ରକାର ସ୍ପଷ୍ଟ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ଶୁକ୍ରବାର ବାତ୍ୟାର ରୂପ ନେବ।

ଏହା ପ୍ରଭାବରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେଉଥିବା ବେଳେ ଭୁବନେଶ୍ବର ସମେତ ଜିଲାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଯାଇଛି। ଘୂର୍ନିବଳୟ ଯୋଗୁ ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ଦୁଇରୁ ତିନି ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଶୁକ୍ରବାର ସ୍କୁଲ ଏବଂ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ସକାଳୁ ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି।

ଓଡ଼ିଶା ଉପରେ ଏହାର ପ୍ରଭାବ ନ ଥିଲେ ସୁଦ୍ଧା ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ୧୨ଟି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଆଗାମୀ ୩ ଘଣ୍ଟା ପାଇଁ ଏହି ୱାର୍ନିଂ ଜାରି କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ ଜିଲାକୁ ୟେଲୋ ୱାର୍ନିଂ କରାଯିବା ସହ ଆଲର୍ଟ ଜାରି କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com