Breaking NewsFeaturedଓଡ଼ିଶା

ସୂତା ଖିଅରେ ଅଟକିଛି ଜୀବନ

କଟକ ବାଙ୍କିରେ ଭୟଙ୍କର ଦୁର୍ଘଟଣା । ମଙ୍ଗଳବାର ସକାଳେ ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ ଜାତମୁଣ୍ଡିଆ ମହାନଦୀ ବ୍ରିଜ ଉପରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସଟି ବ୍ରିଜର ବ୍ୟାରିକେଡକୁ ଧକ୍କା ଦେବା ଫଳରେ ପୋଲ ତଳକୁ ଖସିପଡିବା ଭଳି ଝୁଲନ୍ତା ଅବସ୍ଥାରେ ଅଟକି ରହିଛି । ବସଟିର ଆଗ ପଟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଦୁଇଟି ଆଗ ଚକାରୁ ଗୋଟିଏ ଗାଡିରୁ ଅଲଗା ହୋଇ ତଳକୁ ଝୁଲି ପଡିଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କରିଛନ୍ତି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆହତ ମାନଙ୍କୁ ମେଡିକାଲ ପଠାଯାଇଛି । ନଦୀରେ ପ୍ରବଳ ପାଣିଥିବାରୁ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ । ତେବେ ଦୁର୍ଘଟଣାର କାରଣ ଜଣା ପଡିନାହିଁ । ସେପଟେ ଦୁର୍ଘଟଣା ଯୋଗୁ ହଜାର ହଜାର ଗାଡି ଅଟକି ରହିଥିବାରୁ ରାସ୍ତା ମଧ୍ୟ ସଫା କରାଯାଉଛି । ସେହିପରି କ୍ରେନ ସାହାଯ୍ୟରେ ବସକୁ ଉଠାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଥିବାରୁ ସେ ନିଶାସକ୍ତ ଥିଲେ କି ଯାନ୍ତ୍ରିକ ତୃଟିପାଇଁ ଏଭଳି ଦୁର୍ଘଟଣା ଘଟିଛି ସେନେଇ ଆରମ୍ଭ ହୋଇଛି ତଦନ୍ତ ।

Related Articles

Back to top button
WP Twitter Auto Publish Powered By : XYZScripts.com