ମହାରାଷ୍ଟ୍ର: ମହାରାଷ୍ଟ୍ରର ମହାଦାୟିତ୍ୱ ନେବେ ଦେବେନ୍ଦ୍ର ଫଡନାଭିସ । ଫଡନାଭିସଙ୍କ ଶପଥ ଗ୍ରହଣ ଉସôବରେ ଯୋଗଦେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁମ୍ବାଇରେ ହେବାକୁ ଥିବା ଏହି କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ଆଶା କରାଯାଉଛି।
ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ନୂତନ ମନ୍ତ୍ରୀ ପରିଷଦ ଗୁରୁବାର ଅପରାହ୍ନ ୫ ଟାରେ ମୁମ୍ବାଇର ଆଜାଦ ମଇଦାନରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଶପଥ ଗ୍ରହଣ କରିବେ। ୨୦୨୨ ରୁ ୨୦୨୪ ପର୍ୟ୍ୟନ୍ତ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ସହଯୋଗରେ ଭାଜପା, ଶିବସେନା ଏବଂ ଏନସିପି ମିଳିତ ସରକାରରେ ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ୟ୍ୟ କରିଥିଲେ। ନିକଟରେ ମହାରାଷ୍ଟ୍ରରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ତିନି ଦଳୀୟ ମହାୟୁତି ମେଣ୍ଟ କ୍ଷମତା ବଜାୟ ରଖିଛି। ତେବେ ଫଡନାଭିସ୍ ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ। ସେ ୨୦୧୪ ରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଫଡନାଭିସ୍ ୨୦୧୯ ରେ ତାଙ୍କର ପାଞ୍ଚ ବର୍ଷ କାର୍ୟ୍ୟ ସମାପ୍ତ କରିଥିଲେ।
୨୦୧୯ ରେ ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ମଧ୍ୟ ରାଜ୍ୟରେ ସରକାର ଚଳାଇବା ପାଇଁ ଭାଜପା ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହେବାରୁ ୭୨ ଘଣ୍ଟା ମଧ୍ୟରେ ସେ ଇସ୍ତଫା ଦେଇଥିଲେ।