ଭୁବନେଶ୍ୱର: ଆଶିଷଙ୍କ ପରେ ଏବେ କୁଟ୍ଟେଙ୍କ ପାଳି । ବଦଳିଲା ସରକାର, ବଦଳିଲା ପଦବୀ । ବଢିଲା ଦାୟିତ୍ୱ, ସ୍ଥାନରେ ବି ହେଲା ପରିବର୍ତ୍ତନ । ଆଇପିଏସ ଆଶିଷ ସିଂଙ୍କ ବଦଳି ପରେ ଏବେ ପ୍ରଶାସନିକ ଅଧିକାରୀ ଡି ଏସ କୁଟ୍ଟେଙ୍କୁ ଆସିଛି କେନ୍ଦ୍ରରୁ ଡାକରା । ବିଏସଏଫ ଆଇଜି ଭାବେ ମିଳିଲା ଦାୟିତ୍ୱ । କେନ୍ଦ୍ରୀୟ ଡେପୁଟେସନରେ ଯିବେ ଓଡ଼ିଶାର ଏହି ବିବାଦୀୟ ଆଇପିଏସ । ରାଜ୍ୟ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟଭାର ସମ୍ଭାଳୁଥିଲେ ୧୯୯୭ ମସିହାର ଏହି ଅଧିକାରୀ ।
୨୪ ସାଧାରଣ ନିର୍ବାଚନ ସମୟରେ ସେତେବେଳେର ବିଜେଡି ଶାସିତ ସରକାରୀ ଦଳକୁ ସହଯୋଗ କରିବା ଅଭିଯୋଗରେ ଭାରତୀୟ ନିର୍ବାଚନ କମିଶନଙ୍କ ନିଦେ୍ର୍ଦଶରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ନିଲମ୍ବନ ଉଠିବା ପରେ ଏବଂ ନୂଆ ସରକାର ଆସିବା ପରେ ତାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଥିଲା । ତେବେ ବର୍ତ୍ତମାନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଆସିଥିବା ଚିଠି ଅନୁସାରେ କୁଟ୍ଟେଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇବାକୁ ମିଳିଛି ନିଦେ୍ର୍ଦଶ ।