Featuredଜାତୀୟରାଜନୀତି

ବିଦା ହେବେ ଧନଖଡ଼! ଅବିଶ୍ୱାସ ପ୍ରସ୍ତାବରେ ସହମତ ୭୦ ଏମପି

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । ଉପରାଷ୍ଟ୍ରପତିଙ୍କ ଉପରେ ବିରୋଧୀଙ୍କର ନାହିଁ ବିଶ୍ୱାସ ।ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଛି। ମଙ୍ଗଳବାର ସଂସଦର ଉଭୟ ଗୃହ ବୁଧବାର ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି। ତେବେ ଏହାପୂର୍ବରୁ ବିରୋଧୀମାନେ ରାଜ୍ୟ ସଭାରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟ ସଭା ଅଧ୍ୟକ୍ଷଙ୍କ କାର୍ୟ୍ୟକାରିତା ଉପରେ କ୍ରୋଧିତ ବିରୋଧୀ, ଅଧ୍ୟକ୍ଷଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସ୍ତାବରେ ବାଚସ୍ପତି ଗୃହରେ ପାର୍ଟି କାର୍ୟ୍ୟ କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ବିରୋଧୀ ଧାରା ୬୭(ବି) ଅନୁଯାୟୀ ଗୃହରେ ଏକ ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବରେ ପ୍ରାୟ ୭୦ବିରୋଧୀ ଏମପି ଦସ୍ତଖତ କରିଛନ୍ତି। ଯେଉଁଥିରେ କଂଗ୍ରେସ, ତ୍ରୁଣମୂଳ କଂଗ୍ରେସ, ଆମ ଆଦମୀ ପାର୍ଟି, ସମାଜବାଦି ପାର୍ଟି ଏବଂ ଅନ୍ୟାନ୍ୟ ଛୋଟ ଦଳ ମଧ୍ୟ ଏହି ପ୍ରସଙ୍ଗରେ ଏକଜୁଟ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com