ଭୁବନେଶ୍ୱର: କୋହଳ ହେବ ବୟସସୀମା । ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ । ଓଡ଼ିଶା ପୁଲିସର ବିଭିନ୍ନ ବର୍ଗରେ ନିଯୁକ୍ତି ଚାଲିଥିବା ବେଳେ ଏହାକୁ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ମଙ୍ଗଳବାର ଏକ ମାମଲାର ଶୁଣାଣି କରି କୋର୍ଟ ଡ୍ରାଇଭରମାନଙ୍କୁ ନିଯୁକ୍ତି ଆଇନ ଚାଲିଥିବା ପ୍ରକ୍ରିୟାରେ ବୟସସୀମା କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ ୪୦୫ଟି ପୋଲିସ ଡ୍ରାଇଭର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ତେବେ ଏହି ପଦବୀରେ ନିଯୁକ୍ତି ପାଇଁ ୦୧/୦୧/୨୪ ସୁଦ୍ଧା ସର୍ବାଧିକ ବୟସ ୨୩ ବର୍ଷ ଧାର୍ୟ୍ୟ ହୋଇଥିଲା। ଯାହାକୁ ନେଇ ଆନେକ ଆଶାୟୀ ନିରାଶ ହୋଇଥିଲେ। ଯେଉଁମାନେ ଦୀର୍ଘଦିନ ଧରି ଏହି ନିଯୁକ୍ତି ପାଇଁ ଅପେକ୍ଷା କରିଛନ୍ତି। ତେବେ ବୟସସୀମା ଅତିକ୍ରମ କରିଥିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ୨୦୨୧ ମସିହା ପରେ ପ୍ରଥମ ଥର ପାଇଁ ବାହାରିଥିଲା ନିଯୁକ୍ତି ବିଜ୍ଞପ୍ତି, ପରେ ଜୁଲାଇ ୨୦୨୪ରେ ବାହାରିଥିଲା ନିଯୁକ୍ତି ପାଇଁ ବିଜ୍ଞପ୍ତି। ବିଭିନ୍ନ କାରଣରୁ ନିୟମିତ ନିଯୁକ୍ତି ପ୍ରକ୍ରିୟା ହୋଇନଥିବାରୁ ବୟସ କୋହଳ ଆବେଦନ ହୋଇଥିଲା। ଯାହାର ଶୁଣାଇ କରି କୋର୍ଟ ଏହି ରାୟ ଦେଇଛନ୍ତି।
Related Articles
Check Also
Close
-
ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୋଷ; ପୁନଃ ଗଣତି ଦାବି କଲେ ସରପଞ୍ଚ ପ୍ରାର୍ଥିନୀFebruary 27, 2022