
ଭୁବନେଶ୍ୱର: ପିସିସିକୁ ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ । ନୂଆବର୍ଷରେ ରାଜ୍ୟ କଂଗ୍ରେସ ପାଇବ ନୂଆ ପିସିସି ମୁଖିଆ । କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଏନେଇ ସ୍ପଷ୍ଟ କରିଦେଇଛନ୍ତି । କିନ୍ତୁ କିଏ କଂଗ୍ରେସର ମଙ୍ଗ ସମ୍ଭାଳିବ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି କୌଣସି ବି ନେତା । ତେବେ ଏହାରି ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍ କହିଛନ୍ତି ଯେ, ଏଥିପାଇଁ ସବୁ ପ୍ରକାର ପ୍ରକ୍ରିୟା ଶେଷ ହୋଇଛି । ଏଆଇସିସିର ପର୍ୟ୍ୟବେକ୍ଷକ ଆସି ପୁରା ତର୍ଜମା କରି ଫେରିବା ସହ ଏଆଇସିସିର କର୍ମକର୍ତ୍ତା ଲଗାତାର ଓଡିଶା ଉପରେ ନଜର ରଖିଛନ୍ତି । ଏମିତି ବି ଫୋନ୍ରେ ମଧ୍ୟ ବିଭିନ୍ନ ଜିଲ୍ଲା ବ୍ଲକରୁ ଖବର ନେଉଛନ୍ତି । ତେଣୁ ଖୁବ୍ଶୀଘ୍ର ପିସିସି ସଭାପତି ଘୋଷଣା ହେବ । ଯିଏ କୋରାପୁଟରୁ ପୁରୀ ପର୍ୟ୍ୟନ୍ତ କଂଗ୍ରେସକୁ ଭଲପାଉଥିବ ତାଙ୍କୁ ଏଆଇସିସି ପିସିସି ଦାୟିତ୍ବ ଦେବେ ବୋଲି ମହମ୍ମଦ ମୋକିମ କହିଛନ୍ତି ।