Featuredଜାତୀୟରାଜନୀତି

ବନ୍ଦ ହେଲା ଇଲେକ୍ଟୋରାଲ ବଣ୍ଡ, କିନ୍ତୁ ବିଜେପି ଖାତାରେ ବଢିଲା ଆୟ

ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି ୨୦୨୪ ମସିହା । ରାଜନୈତିକ ଦୃଷ୍ଟିରୁ ବର୍ଷ ୨୦୨୪ ଅନେକ ରେକର୍ଡ କରିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ନିର୍ବାଚନୀ ଚାନ୍ଦା । ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡ ରଦ୍ଦ କରିବା ପରେ ରାଜନୈତିକ ଦଳଗୁଡିକୁ ମିଳୁଥିବା ଅର୍ଥ ରାଶି କମ ହେବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେପରି କିଛି ହୋଇନାହିଁ । ବରଂ ପୂର୍ବାପେକ୍ଷା ଅଧିକ ଟଙ୍କା ଦଳଗୁଡିକୁ ମିଳିଛି । ୨୦୨୩-୨୪ ଆର୍ଥିକ ବର୍ଷ ଦେଖିଲେ ସବୁଠୁ ଆଗରେ ରହିଛି ବିଜେପି । ବିଭିନ୍ନ ଟ୍ରଷ୍ଟ, ସାଧାରଣ ଲୋକ ଏବଂ କର୍ପୋରେଟ ସେକ୍ଟରରୁ ୨ ହଜାର ୨୪୪ କୋଟି ଟଙ୍କା ଦଳ ପ୍ରାପ୍ତ କରିଛି । ଯାହା ୨୦୨୨-୨୦୨୩ ଆର୍ଥିକ ବର୍ଷରେ ପାଇଥିବା ଟଙ୍କା ତୁଳନାରେ ତିନିଗୁଣ ଅଧିକ ।

ଦ୍ବିତୀୟ ସ୍ଥାନରେ ରହିଛି ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଖେଶର ରାଓଙ୍କ ବିଆରଏସ୍ । ୫୮୦ କୋଟି ଟଙ୍କା ଚାନ୍ଦା ପ୍ରାପ୍ତ କରିଛି ବିଆରଏସ । ସେହିପରି କଂଗ୍ରେସକୁ ମିଳିଛି ୨୮୯ କୋଟି ନିର୍ବାଚନୀ ଚାନ୍ଦା । ବିଜେପି ଏବଂ କଂଗ୍ରେସ ଉଭୟଙ୍କ ମଧ୍ୟରେ ବିଜେପିକୁ ସର୍ବାଧିକ ଚାନ୍ଦା ପ୍ରୁଡେଣ୍ଟ ଇଲେକ୍ଟୋରଲ ଟ୍ରଷ୍ଟରୁ ମିଳିଛି । ବିଜେପିକୁ ୭୨୩ କୋଟି ଟଙ୍କା ମିଳିଥିବା ବେଳେ କଂଗ୍ରେସକୁ ମିଳିଛି ୧୫୬ କୋଟି ଟଙ୍କା ।
ତେବେ ଅନ୍ୟ ଦଳଗୁଡିକ ମଧ୍ୟରେ ଣଝଜଉଚ ୧୮୪ କୋଟି, ଟିଡିପି ୧୦୦, ଡିଏମକେ ୬୦, ଆପ୍ ୧୧ ଏବଂ ଟିଏମସି ୬ କୋଟି ଟଙ୍କା ପାଇ ଚତୁର୍ଥରୁ ଅଷ୍ଟମ ସ୍ଥାନରେ ରହିଛନ୍ତି । ତେବେ ଏହି ଟଙ୍କା ଦେଇଥିବା ସଂସ୍ଥାଗୁଡିକ ମଧ୍ୟରେ ରହିଛନ୍ତି ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନଫ୍ରା ଲିଟିଟେଡ୍ , ସିରମ୍ ଇନଷ୍ଟିଚ୍ୟୁଟ୍, ଆର୍ସଲର ମିତଲ ଗ୍ରୁପ ଏବଂ ଭାରତୀ ଏୟାରଟେଲ୍ ଭଳି ଜଣାଶୁଣା କମ୍ପାନି ।

Related Articles

Back to top button
WP Twitter Auto Publish Powered By : XYZScripts.com