Featuredଓଡ଼ିଶା

ଓଡ଼ିଶାକୁ ୪୫୫ କୋଟିର ଅର୍ଥରାଶି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ଓଡ଼ିଶାକୁ ମିଳିଲା ୪୫୫ କୋଟିର ଅର୍ଥରାଶି । କେନ୍ଦ୍ରର ବଜେଟ ଲିଷ୍ଟରେ ଓଡ଼ିଶା ପାଇଁ ଗ୍ରାମୀଣ ସ୍ଥାନୀୟ ସଂସ୍ଥାକୁ ଦିଆଯାଇଛି ଗୁରୁତ୍ୱ । କେନ୍ଦ୍ର ସରକାର ଓଡ଼ିଶା ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ ଆୟୋଗ(ଏକ୍ସଭି ଏଫସି) ଅନୁଦାନ ରାଶି ପ୍ରଦାନ କରିଛନ୍ତି। ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ବିତୀୟ କିସ୍ତି ଅର୍ଥାତ୍ ୩୭୦.୨୦ କୋଟି ଟଙ୍କା ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଣବନ୍ଧିତ ଅନୁଦାନର ପ୍ରଥମ କିସ୍ତିର ବକେୟା ରାଶି ୮୪.୫୦୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ପାଣ୍ଠି ରାଜ୍ୟର ସମସ୍ତ ଯୋଗ୍ୟ ୬୭୯୪ଟି ଗ୍ରାମ ପଞ୍ଚାୟତ, ୩୧୪ଟି ବ୍ଲକ ପଞ୍ଚାୟତ ଏବଂ ୩୦ଟି ଜିଲ୍ଲା ପଞ୍ଚାୟତ ପାଇଁ ରହିଛି। ଏହି ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com