ଓଡ଼ିଶା

ଲାଗୁ ହେଲା ନୂଆ ଅବକାରୀ ନୀତି, ଓଡ଼ିଶାରେ ଶସ୍ତା ହେବ ବିଦେଶୀ ମଦ

ଭୁବନେଶ୍ୱର() ରାଜ୍ୟରେ ଖୁବଶୀଘ୍ର ଶସ୍ତା ହେବାକୁ ଯାଉଛି ବିଦେଶୀ ମଦ । ନୂତନ ଅବକାରୀ ନୀତି ଅନୁସାରେ ବିଦେଶ ତିଆରି ହେଉଥିବ ମଦ ଉପରୁ ସରକାର ଶୁଳ୍କ ହ୍ରାସ କରିଛନ୍ତି । କିନ୍ତୁ ଆମ ରାଜ୍ୟରେ ତିଆରି ହେଉଥିବର ବିଦେଶୀ ମଦ ଉପରେ ଶୁଳ୍କ ପୂର୍ବପରି ଅପରିବର୍ତ୍ତିତ ରହିଛି । ପଡୋଶୀ ରାଜ୍ୟ ସହ ଆମ ରାଜ୍ୟରେ ଥିବା ଦର ପ୍ରଭେଦକୁ ଦୂର କରିବା ଓ ତ୍ତମମାନର ମଦ ଯୋଗାଇବା ପାଇଁ ଏହି ଶୁଳ୍କ ହ୍ରାସ କରାଯାଇଛି ।

ନୂଆ ନୀତିରେ ଲାଇସେନ୍ସ ଫି, ଏମଜିକ୍ୟୁ, ପ୍ରସ୍ତୁତକାରୀ ସଂସ୍ଥା, ଯୋଗାଣକାରୀ ଓ ବ୍ୟବସାୟୀଙ୍କ ପାଇଁ ଆବେଦନ ଦେୟ ବଢ଼ିଛି । ଭୁବନେଶ୍ୱର‌, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ପ୍ରିମିୟମ ଅଫ୍‌ ସପ୍‌ ଖୋଲାଯିବାକୁ ମଧ୍ୟ ବ୍ୟବସ୍ଥା ରହିଛି । ସେହିଭଳି ମାଇକ୍ରୋ ବ୍ରେଭେରି ପଲସି ମଧ୍ୟ ପରିବର୍ତ୍ତନ ହୋଇଛି । ରେସ୍ତୋରାଁ ବିନା ବର୍ଷକୁ ୫ ଲକ୍ଷ ହିସାବରେ ଠିପି ଖୋଲା ମଦ ଦୋକାନ (ଅନ୍‌ ସପ୍‌) ଖୋଲିବାର ସୁଯୋଗ ସୃଷ୍ଟି କରାଯାଇଛି। ପୂର୍ବରୁ ରେସ୍ତୋରାଁ ବିନା ଏହି ଅନ୍‌ ସପ୍‌ ଖୋଲା ଯାଇ ପାରୁନଥିଲା ।

ନୂଆ ନୀତି ଅନୁସାରେ ଅବକାରୀ ବିଭାଗକୁ ମଜବୁତ୍‌ କରିବାକୁ ଯୋଜନା ହୋଇଛି । ତା ସହିତ ଗୁଇନ୍ଦା ସଂଗ୍ରହ, ଉତ୍ତମ ଭିତ୍ତିଭୂମି, ଏନ୍‌ଫୋର୍ସମେଣ୍ଟ ପାଇଁ କର୍ମଚାରୀ ନିୟୋଜିତ ସହ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ ପାଇଁ ସ୍ଥିର କରାଯାଇଛି। ଓଡ଼ିଶା ବଜାରରେ ଯେଭଳି ଅନଭିଜ୍ଞ ଯୋଗାଣକାରୀ ସଂସ୍ଥା ପ୍ରବେଶ ନ କରିବେ ସେଥିପାଇଁ ବ୍ରାଣ୍ଡ ପଞ୍ଜୀକରଣ କରିବା ବ୍ୟବସ୍ଥାରେ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଲାଗୁ କରାଯାଇଛି ।

ଅନ୍ୟପକ୍ଷରେ ଠାକୁରଙ୍କ ନାଁ କିମ୍ବା କୌଣସି ବିଶିଷ୍ଟ ଲୋକଙ୍କ ନାମରେ କୌଣସି ମଦଦୋକାନ ଖୋଲିବା ପାଇଁ ଅନୁମତି ଦିଆଯିବନି । ସାଧାରଣ ଲୋକଙ୍କ ଭାବାବେଗକୁ ଆଘାତ କଲା ଭଳି କୌଣସି ନାଁ ରହିଲେ ତାହାକୁ ପଞ୍ଜୀକରଣ କରାଯିବନି । କୌଣସି ଦୋକାନୀ ସରକାରୀ ମଦ ଦୋକାନ ନୁହେଁ ବରଂ ସ୍ବୀକୃତିପ୍ରାପ୍ତ ଲେଖିବେ । ପୂର୍ବ ଭଳି ହୋମ୍‌ ଡେଲିଭରି ମଧ୍ୟ ଜାରି ରହିବ।

Related Articles

Back to top button
WP Twitter Auto Publish Powered By : XYZScripts.com