Featuredଜାତୀୟ

ଲାଗୁ ହେବ ଇପିଏଫଓ ୩.୦, ଏଣିକି ଏଟିଏମରୁ ମିଳିବ ଇପିଏଫଓ ଟଙ୍କା

ନୂଆଦିଲ୍ଲୀ: ସହଜ ହେବ ଇପିଏଫଓ ଟଙ୍କା ପାଇବା । ଏଣିକି ଏଟିଏମରୁ ମିଳିବ ଏହି ଟଙ୍କା । ପ୍ରୋଭିଡେଣ୍ଟ ଟଙ୍କା ପାଇବା ପାଇଁ ପୂର୍ବ ପରି ଯେଉଁ ହଇରାଣ ହେବାକୁ ପଡୁଥିଲା ତାହା ଆଉ ହେବାକୁ ପଡିବନି । ସିଧାସଳଖ ଏଟିଏମ୍‌ରୁ ଇପିଏଫ୍ ଟଙ୍କା ଉଠାଇବା ସମ୍ଭବ ହେବ । ଖୁବଶୀଘ୍ର ଇପିଏଫ୍ଓ- ୩.୦ ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡିଭ୍ୟ ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ଇପିଏଫ୍ଓ- ୩.୦ ଲାଗୁହେଲେ ଏହାର ସଦସ୍ୟଙ୍କୁ ମିଳିବ ଏକ ସ୍ବତନ୍ତ୍ର ଏଟିଏମ୍ କାର୍ଡ । ୱେବସାଇଟ୍‌ରେ ଥିବା ସବୁ ସମସ୍ୟାକୁ ଜାନୁଆରୀ ମାସ ଶେଷ ସୁଦ୍ଧା ସମାଧାନ କରିଦିଆଯିବ । ଇପିଏଫ୍ ସଦସ୍ୟଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇପିଏଫ୍ଓ- ୩.୦ର ନୂଆ ବ୍ୟବସ୍ଥା ଦେଶର ବ୍ୟାକିଂ ସିଷ୍ଟମ୍‌ ଭଳି ସୁବିଧା ଯୋଗାଇବ । ଏହାସହିତ ଇପିଏଫଓ ୱେବସାଇଟ୍ ଗ୍ରାହକଙ୍କ ପାଇଁ ଆହୁରି ସହଜ ହେବ ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com