ଜାତୀୟ

ନିଜ ଗୁଳିରେ ନିଜ ମୃତୁ୍ୟକୁ ଡାକିଲେ ବିଧାୟକ

ଲୁଧିଆନା: ନିଜ ଗୁଳିରେ ନିଜ ମୃତୁ୍ୟକୁ ଡାକିଲେ ବିଧାୟକ । ଗୁଳି ବାଜି ବିଧୟକଙ୍କ ମୃତୁ୍ୟ ଖବର ଏବେ ସବୁଠି ଚର୍ଚ୍ଚାର ବିଷୟ । ପଞ୍ଜାବର ଲୁଧିଆନା ପଶ୍ଚିମ ନିର୍ବାଚନମଣ୍ଡଳୀର ଆମ ଆଦମୀ ପାର୍ଟି (ଆପ) ବିଧାୟକ ଗୁରୁପ୍ରୀତ ଗୋଗୀଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି। ବିଧାୟକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଆପ ବିଧାୟକଙ୍କ ମତ୍ୟୁ କିପରି ହେଲା, ହଠାତ୍‌ କିପରି ଗୁଳି ବାଜିଲା, ସେ ନିଜକୁ ଗୁଳି କରିଛନ୍ତି ନା ଅନ୍ୟ କେହି ଗୁଳି ଚଳାଇଛନ୍ତି ସେ ବିଷୟରେ ବର୍ତ୍ତମାନ କିଛି କହିହେବ ନାହିଁ।

Related Articles

Back to top button