ଅନ୍ୟାନ୍ୟ
ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

ଭୁବନେଶ୍ୱର, ୦୪/୦୪/୨୦୨୩ – ବାଙ୍ଗାଲୁରୁରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନ (6E897) ଜରୁରୀକାଳୀନ ଅବତରଣ କରିଛି । ଅଧା ବାଟରେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେଇଥିଲା । ତେଣୁ ସକାଳ ପ୍ରାୟ ୬.୧୫ ମିନିଟରେ ପାଇଲଟ୍ ବିମାନକୁ ଏମରଜେନ୍ସି ଲ୍ୟାଣ୍ଡି କରିଥିଲେ । ଏଥିରେ ୧୩୭ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।