ଜାତୀୟମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ମାୱରା ହୋକେନ

ଭାରତୀୟ ଚଳଚ୍ଚିତ୍ର ‘ସନମ ତେରୀ କସମ’ରେ କାମ କରିଥିବା ଲୋକପ୍ରିୟ ପାକିସ୍ତାନୀ ଅଭିନେତ୍ରୀ ମାୱରା ହୋକେନ ବିବାହ କରିଛନ୍ତି । ଏହି ଅଭିନେତ୍ରୀ ପାକିସ୍ତାନୀ ଅଭିନେତା ଆମୀର ଗିଲାନିଙ୍କୁ ଜୀବନସାଥୀ କରିଛନ୍ତି । ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ସେମାନଙ୍କ ବିବାହର ପ୍ରଥମ ଫଟୋ ସେୟାର କରିଛନ୍ତି । ଯାହା ପରେ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ମାନେ ତାଙ୍କୁ ବିବାହର ଶୁଭକାମନା ଜଣାଇଛନ୍ତି । ମାୱରା ହର୍ଷବର୍ଦ୍ଧନ ରାଣେଙ୍କ ବିପକ୍ଷରେ ‘ସନମ ତେରୀ କସମ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ୫ ଫେବୃଆରୀ ୨୦୧୬ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ୭ ଫେବୃଆରୀରେ ପ୍ରେକ୍ଷାଳୟକୁ ପୁଣି ରିଲିଜ ହେଉଛି ।

ମାୱରା ହୋକେନ ଇନଷ୍ଟାଗ୍ରାମରେ ତାଙ୍କ ବିବାହର ଫଟୋ ପୋଷ୍ଟ କରିଛନ୍ତି । ଫେବୃଆରୀ ୫ ତାରିଖ ଦିନ ମାୱରା ପାକିସ୍ତାନୀ ଅଭିନେତା ଆମୀର ଗିଲାନିଙ୍କୁ ବିବାହ କରିଛନ୍ତି । ସେୟାର ହୋଇଥିବା ଏହି ଫଟୋ ସେୟାର କରି ପାକିସ୍ତାନୀ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ‘ଏହି ବ୍ୟସ୍ତବହୁଳ ଜୀବନ ମଧ୍ୟରେ… ମୁଁ ତୁମକୁ ପାଇଲି । ବିବାହ ଦିନରେ ମାୱରା ଗ୍ରୀନ ରଙ୍ଗର ଲେହେଙ୍ଗା ପିନ୍ଧି ଥିବା ବେଳେ ଦୁଲହନ ଲୁକରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଆମୀରଙ୍କୁ ବ୍ଲାକ କୁର୍ତ୍ତା-ପାଇଜାମାରେ ନଜର ଆସିଥିଲେ ।

‘ସନମ୍ ତେରୀ କସମ୍’ର ପ୍ରଯୋଜକ ଦୀପକ ତାଙ୍କ ଇନଷ୍ଟାଗ୍ରାମରେ ଅଭିନେତ୍ରୀଙ୍କ ବିବାହ ଫଟୋ ପୋଷ୍ଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ ଜଣକ ତାଙ୍କ ଇନଷ୍ଟା ଷ୍ଟୋରୀରେ ପ୍ରଯୋଜକଙ୍କ ପୋଷ୍ଟକୁ ପୁନଃ ପୋଷ୍ଟ କରିଛନ୍ତି ଏବଂ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ପତ୍ନୀ ସାକ୍ଷୀ ସିଂ ମାୱରାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୌନି ରୟ କମେଣ୍ଟରେ ଏକ ନୋଟ ସହିତ ଲେଖିଛନ୍ତି, ‘ଆନ୍ତରିକ ଅଭିନନ୍ଦନ।’ ତୁମ ଦୁହିଁଙ୍କ ପାଇଁ ଆଗାମୀ ଯାତ୍ରା ସୁଖଦ ଏବଂ ଅର୍ଥପୂର୍ଣ୍ଣ ହେଉ । ଶୁଭେଚ୍ଛା । ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ, ରାମ ଚରଣଙ୍କ ପତ୍ନୀ ଉପାସନା, ସାନିଆ ମିର୍ଜା ସମେତ ଫ୍ୟାନ୍ସ ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

 

 

 

 

 

 

 

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com