Breaking Newsଜାତୀୟମନୋରଞ୍ଜନ
ଜେଲ ଯିବେ ସୋନୁ ସୁଦ !
ନୂଆଦିଲ୍ଲୀ : ଅଡୁଆରେ ବଲିଉଡ ଅଭିନେତା ସୋନୁ ସୁଦ। ଅଭିନେତା ସୋନୁ ସୁଦଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ। ଏକ ରିଏଲ୍ ଇଷ୍ଟେଟ୍ କାରବାରରେ ଜାଲିଆତି ମାମଲାରେ ଲୁଧିଆନାର ଏକ କୋର୍ଟ ସୋନୁଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କରିଛନ୍ତି । ବାରମ୍ବାର ନୋଟିସ ସତ୍ତ୍ୱେ ବି କୋର୍ଟରେ ହାଜର ହୋଇନଥିଲେ ଅଭିନେତା । ତେଣୁ ବାଧ୍ୟ ହୋଇ ତାଙ୍କୁ ଗିରଫ କରିବାକୁ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଜାବ ସ୍ଥିତ ଲୁଧିଆନା ଅଦାଲତ ଠକେଇ ସହ ଜଡ଼ିତ ଏକ ମାମଲାରେ ସୋନୁଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଛନ୍ତି। ଲୁଧିଆନା ଜୁଡିସିଆଲ ମାଜିଷ୍ଟ୍ରଟ୍ ରମଣପ୍ରୀତ କୌର ଏହି ୱାରେଣ୍ଟି ଜାରି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ ୧୦ରେ ଅନୁଷ୍ଠିତ ହେବ ବୋଲି କୋର୍ଟ ପକ୍ଷରୁ ସୂଚନା ମିଳିଛି ।