Breaking Newsଓଡ଼ିଶାକ୍ରୀଡ଼ା

OCA କୁ କାରଣ ଦର୍ଶାଅ ନୋଟିସ ଜାରିକଲା କ୍ରୀଡା ବିଭାଗ

କଟକ : ଗତକାଲି ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ଚାଲିଥିବା ବେଳେ କେମିତି ଓ କାହିଁକି ଲିଭିଲା ଫ୍ଲଡ୍ ଲାଇଟ୍। ଏନେଇ OCAକୁ ଆଜି କାରଣ ଦର୍ଶାଅ ନୋଟିସ ଜାରିକଲା କ୍ରୀଡା ବିଭାଗ । ୧୦ ଦିନ ଭିତରେ କେମିତି ଓ କାହିଁକି ଫ୍ଲଡ୍ ଲାଇଟ୍ ଲିଭିଥିଲା ସେ ସମ୍ପର୍କରେ ଉତ୍ତର ରଖିବାକୁ ନୋଟିସରେ କୁହାଯାଇଛି ।

ଗତକାଲି ଭାରତ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ବାରବାଟୀ ଷ୍ଟାଡିଅମରେ ଚାଲିଥିଲା । ଭାରତର ବ୍ୟାଟିଂ ବେଳେ ଫ୍ଲଡ୍ ଲାଇଟରେ ସମସ୍ୟା ଯୋଗୁଁ ପ୍ରାୟ ୨୦ରୁ ୨୫ ମିନିଟ୍ ମ୍ୟାଚ୍ ବନ୍ଦ ରହିଥିଲା । ମ୍ୟାଚର ସପ୍ତମ ଓଭର ଚାଲିଥିବା ବେଳେ ହଠାତ୍ ଗୋଟିଏ ଫ୍ଲଡ୍ ଲାଇଟ୍ ଲିଭି ଯାଇଥିଲା। ଫଳରେ ପଡ଼ିଆର କିଛି ସ୍ଥାନ ଅନ୍ଧାର ହୋଇଯାଇଥିଲା। ସେହି ସମୟରେ କ୍ରିଜରେ ଥିଲେ ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ୍ ଗିଲ୍। ଉଭୟେ କିଛି ସମୟ କ୍ରିଜରେ ରହିବା ପରେ ପାଭିଲିୟନ୍ ଫେରିଥିଲେ। ଏଭଳି ସମସ୍ୟାକୁ ନେଇ ବିରକ୍ତି ପ୍ରକାଶ କରିଥିଲେ ରୋହିତ ଶର୍ମା। ଦର୍ଶକ ବି ନିରାଶ ହୋଇଥିଲେ। ପାଖାପାଖି ୨୦ ରୁ ୨୫ ମିନିଟ ପରେ ଆରମ୍ଭ ହୋଇଥିଲା ମ୍ୟାଚ୍।

 

 

Related Articles

Back to top button
WP Twitter Auto Publish Powered By : XYZScripts.com