କ୍ରୀଡ଼ା

ବାରବାଟୀରେ ଦର୍ଶକଙ୍କ ହୃଦୟ ଜିତିଲେ ରବୀନ୍ଦ୍ର ଜାଡେଜା

କଟକ : ବାରବାଟୀରେ ଚାଲିଥିଲା ଭାରତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ପାଳିରେ ଭାରତୀୟ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ମୋଟରେ ୧୦ ଓଭର ବୋଲିଂ କରି ଗୋଟିଏ ମେଡେନ୍ ସହ ୩୫ ରନ୍ ବିନିମୟରେ ୩ ୱିକେଟ୍ ନେବା ସହ ତିନିଟି ଆକର୍ଷଣୀୟ କ୍ୟାଚ୍ ନେଇ ଷ୍ଟାଡିଅମରେ ଉପସ୍ଥିତ ଦର୍ଶକଙ୍କ ହୃଦୟ ଜିତି ନେଇଥିଲେ।

ଇଂଲଣ୍ଡ ବ୍ୟାଟର ଡକେଟ୍, ଜୋ ରୁଟ୍ ଓ ଜାମି ଓଭରଟନ୍‌ଙ୍କୁ ଆଉଟ୍ କରି ବାରବାଟୀ ଦର୍ଶକଙ୍କର ଭରପୂର ମନୋରଞ୍ଜନ କରିଥିଲେ। ଅନ୍ୟପଟେ ଜାଡ଼େଜା ମଧ୍ୟ ବାରବାଟୀରେ ସର୍ବାଧିକ ୱିକେଟ୍ ନେବାରେ ଭାରତର କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେ, ଈଶାନ୍ତ ଶର୍ମା ଓ ଅଜିତ ଅଗରକରଙ୍କ ରେକର୍ଡ ଭାଙ୍ଗିଛନ୍ତି। କୁମ୍ବଲେ (୩ ମ୍ୟାଚ୍) , ଈଶାନ୍ତ (୩ ମ୍ୟାଚ୍) ଓ ଅଗରକର (୫ ମ୍ୟାଚ୍) ବାରବାଟୀରେ ପ୍ରତ୍ୟେକ ୭ ୱିକେଟ୍ ଲେଖାଏଁ ନେଇଥିଲା ବେଳେ ଜାଡ଼େଜା ନିଜ ୱିକେଟ୍ ସଂଖ୍ୟା ୧୦ରେ ପହଞ୍ଚାଇଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com