Breaking News
ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଛନ୍ତି ଓଡ଼ିଆ ରାପର୍

ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଛନ୍ତି ଓଡ଼ିଆ ରାପର୍ । ଜଣାଶୁଣା ଓଡ଼ିଆ ରାପ ସିଙ୍ଗର ଅଭିନବ ସିଂ ଆଜି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବିବାହ ପରେ ସ୍ତ୍ରୀ ନିର୍ଯାତନାକୁ ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଅଭିନବଙ୍କ ପରିବାର ଲୋକେ । ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନବ । ବିବାହର ଅଳ୍ପଦିନ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳିଗୋଳ ଆରମ୍ଭ ହୋଇଥିଲା । ଯାହାକୁ ନେଇ ଅଭିନବ ମାନସିକ ଅଶାନ୍ତିରେ ରହୁଥିବା ନେଇ ଅଭିଯୋଗ କରିଛନ୍ତି ଅଭିନବଙ୍କ ପରିବାର ଲୋକେ ।