
ନୂଆଦିଲ୍ଲୀ: ସଂସଦରେ ସରିଛି ବଜେଟ ଆଗତ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଛନ୍ତି । ଏହାକୁ ଭିତ୍ତି କରି ଆଜି ସଦନରେ ନୂଆ ଆୟକର ବିଲ୍ ଉପସ୍ଥାପନ କରାଯିବ । ମୋଦୀ ସରକାରଙ୍କର ଏହି ବିଲ ପୁରୁଣା ଆୟକର ଆଇନ ୧୯୬୧କୁ ବଦଳାଇଦେବ। ତେବେ ୬୩ ବର୍ଷ ପରେ ଆସିଥିବା ଏହି ନୂଆ ବିଲରେ ଅନେକ ପରିବର୍ତ୍ତନ କରାଯାଇଛି । ଏହାକୁ ସାଧାରଣ ଲୋକଙ୍କ ବୁଝିବା ପାଇଁ ପୂର୍ବ ଅପେକ୍ଷା ସହଜ ଶବ୍ଦ ସହିତ ଅଧିକ ସଂକ୍ଷିପ୍ତ କରାଯାଇଛି। ଉଦାହରଣ ସ୍ୱରୂପ, ୧୯୬୧ ଆୟକର ବିଲ୍ରେ ୮୮୦ ପୃଷ୍ଠା ଥିଲା, କିନ୍ତୁ ଛଅ ଦଶନ୍ଧି ପରେ, ଏଥିରେ ପୃଷ୍ଠା ସଂଖ୍ୟା ଏବେ ୬୨୨କୁ ହ୍ରାସ ପାଇଛି। ନୂତନ ଟିକସ ବିଲରେ ୫୩୬ଟି ଧାରା ଏବଂ ୨୩ଟି ଅଧ୍ୟାୟ ଅଛି।ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ ହେବ ନାହିଁ ଏବଂ ବଜେଟରେ ଘୋଷିତ ହାର ସମାନ ରହିବ।
• ୪ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ କୌଣସି ଟିକସ ନାହିଁ
• ୪ ଲକ୍ଷରୁ ୮ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ୫ ପ୍ରତିଶତ ଟିକସ
• ୮ ଲକ୍ଷରୁ ୧୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ୧୦ ପ୍ରତିଶତ ଟିକସ
• ୧୨ ଲକ୍ଷରୁ ୧୬ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ୧୫ ପ୍ରତିଶତ ଟିକସ
• ୧୬ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ୨୦ ପ୍ରତିଶତ ଟିକସ
ତେବେ ଏହି ନୂଆ ବିଲ୍ କରଦାତାଙ୍କୁ ସୁହାଇବ ବୋଲି ଆଶା କରିଛନ୍ତି ମୋଦୀ ସରକାର ।