କ୍ରୀଡ଼ା

ମାର୍ଚ୍ଚ ୨୨ରୁ ଆରମ୍ଭ ହେବ IPL – 2025 ; ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଏହି ଦୁଇ ଦଳ

ନୂଆଦିଲ୍ଲୀ : ଘୋଷଣା ହେଲା ଆଇପିଏଲ୍ ୨୦୨୫ ପାଇଁ ତାରିଖ। ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ ଚଳିତ ବର୍ଷର ଆଇପିଏଲ। ଚଳିତ ଥର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ କୋଲକାତାରେ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ଓ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଦ୍ୱିତୀୟ ଦିନ ଅର୍ଥାତ୍ ମାର୍ଚ୍ଚ ୨୩ରେ ଚେନ୍ନାଇରେ ମୁହାଁମୁହିଁ ହେବେ ହେଭିୱେଟ ଦଳ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ । ସେହିଭଳି ଗତବର୍ଷର ଫାଇନାଲିଷ୍ଟସ ସନ୍‌ରଇଜର୍ସ ହାଇଦ୍ରାବାଦ ଏହାର ପ୍ରଥମ ମ୍ୟାଚ ମାର୍ଚ୍ଚ ୨୩ରେ ହାଇଦ୍ରାବାଦରେ ରାଜସ୍ଥାନ ରୋୟାଲ୍‌ସ ବିପକ୍ଷରେ ଖେଳିବ। ଆଇପିଏଲ ୨୦୨୫ରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ସାରା ଦେଶରେ ୧୩ଟି ସ୍ଥାନରେ ଏହି ସବୁ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ବିସିସିଆଇ ଘୋଷଣା କରିଛି।

ଅଧିକାଂଶ ମ୍ୟାଚ୍ ସନ୍ଧ୍ୟା ସାଢ଼େ ୭ଟାରୁ ଆରମ୍ଭ ହେବ। ତେବେ କିଛି ମ୍ୟାଚ୍ ଅପରାହ୍ନ ସାଢ଼େ ୩ଟାରୁ ମଧ୍ୟ ଖେଳା ଯିବ। ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ ମେ’ ୨୦ ତାରିଖରେ ସନ୍ଧ୍ୟା ସାଢ଼େ ୭ଟାରେ ହାଇଦ୍ରାବାଦରେ ଖେଳାଯିବ। ସେହିପରି ଏଲିମିନେଟର ମ୍ୟାଚ୍‌ ମେ’ ୨୧ ତାରିଖରେ ହାଇଦ୍ରାବାଦରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ମେ’ ୨୩ ତାରିଖରେ କୋଲାକାତାରେ ସନ୍ଧ୍ୟା ସାଢ଼େ ୭ଟା ବେଳେ ଖେଳା ଯିବ। ଶେଷରେ ମେ’ ୨୫ ତାରିଖରେ କୋଲକାତାରେ ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ବିସିସିଆଇ ସୂଚନା ଦେଇଛି ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com