କ୍ରୀଡ଼ା

ଚାମ୍ପିୟନ୍ସ ଟ୍ରଫିରେ ପରିବାର ସହ ରହିପାରିବେ ଭାରତୀୟ କ୍ରିକେଟର ଅନୁମତି ଦେଲା BCCI

ବର୍ଡର-ଗାଭାସ୍କର ଟ୍ରଫିର ବିଫଳତା ପରେ କଡ଼ା ନିୟମ ଜାରି କରିଥିବା ବିସିସିଆଇ ଏବେ କୋହଳ ମନୋଭାବ ଦେଖାଇଛି। ବର୍ଡର-ଗାଭାସ୍କର ଟ୍ରଫି ହାରିବା ପରେ ଭାରତୀୟ କ୍ରିକେଟରମାନେ ବିଦେଶ ଗସ୍ତରେ ନିଜର ପତ୍ନୀ, ପରିବାର କିମ୍ବା ପାର୍ଟନରଙ୍କୁ ନେଇ ଯାଇପାରିବେ ନାହିଁ ବୋଲି ବିସିସିଆଇ କହିଥିଲା। କିନ୍ତୁ ଏବେ ବିସିସିଆଇ ଖେଳାଳିଙ୍କ ପାଇଁ ବଡ଼ ଘୋଷଣା କରିଛି। ବିସିସିଆଇର କହିବା କଥା ଯେ ଚାମ୍ପିୟନ୍ସ ଟ୍ରଫି ଭାରତୀୟ କ୍ରିକେଟରମାନେ ସେମାନଙ୍କ ପତ୍ନୀ କିମ୍ବା ପରିବାର ଲୋକଙ୍କୁ ଟୁର୍ଣ୍ଣାମେଣ୍ଟ ଖେଳା ଯିବାକୁ ଥିବା ଦୁବାଇକୁ ନେଇ ପାରିବେ। ପତ୍ନୀମାନଙ୍କ ସହ ଭାରତୀୟ କ୍ରିକେଟର ରହିପାରିବେ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇ ଖେଳାଳିମାନଙ୍କୁ ସେମାନଙ୍କ ପତ୍ନୀ ଓ ପରିବାର ଲୋକଙ୍କୁ ସାଥୀରେ ଦୁବାଇ ନେବାକୁ ଅନୁମତି ଦେଇଛି। କିନ୍ତୁ ଅନୁମତି ଦେବା ବେଳେ ବୋର୍ଡ ପକ୍ଷରୁ ଗୋଟିଏ ସର୍ତ୍ତ ଲାଗୁ କରାଯାଇଛି। ସର୍ତ୍ତରେ କୁହାଯାଇଛି ଯେ ଖେଳାଳିମାନେ ସେମାନଙ୍କ ପରିବାର ବର୍ଗ କିମ୍ବା ପତ୍ନୀଙ୍କୁ ଚାମ୍ପିୟନ୍ସ ଟ୍ରଫିର କେବଳ ଗୋଟିଏ ମ୍ୟାଚ୍‌ ପାଇଁ ସାଥୀରେ ନେଇପାରିବେ।ଖେଳାଳିମାନେ ନିଜ ଭିତରେ ଏନେଇ ଆଲୋଚନା କରିବେ ଓ ଏଥିପାଇଁ ବିସିସିଆଇକୁ ବିଧିବଦ୍ଧ ଭାବେ ଅନୁରୋଧ କରିପାରିବେ। ଅନୁରୋଧ ପାଇବା ପରେ ଖେଳାଳିଙ୍କ ପତ୍ନୀ କିମ୍ବା ପରିବାର ବର୍ଗଙ୍କ ପାଇଁ ବିସିସିଆଇ ଦୁବାଇ ଯିବା ଏବଂ ସେଠାରେ ରହିବା ପାଇଁ ବ୍ୟବସ୍ଥା କରିବ। ଏଥିସହ ମ୍ୟାଚ୍‌ ବେଳେ ଷ୍ଟାଡିୟମ ଭିତରକୁ ଯିବାର ବ୍ୟବସ୍ଥା କରିବ। କେବଳ ଗୋଟିଏ ମ୍ୟାଚରେ ଏପରି ସୁବିଧା ଉପଲବ୍ଧ ହେବ ବୋଲି ବିସିସିଆଇ ସ୍ପଷ୍ଟ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com