କ୍ରୀଡ଼ା

ଶୁବମନ ଗିଲ୍‌ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ : ଆଜିଠାରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇଛି। ଏହା ପୂର୍ବରୁ ICC ଦିନିକିଆ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରିଛି। ଏଥର ଭାରତର ଷ୍ଟାର ବ୍ୟାଟସମ୍ୟାନ ଏବଂ ଉପ-ଅଧିନାୟକ ଶୁଭମନ ଗିଲ ବିଶ୍ୱର ନମ୍ବର ୱାନ ଦିନିକିଆ ବ୍ୟାଟସମ୍ୟାନ ହୋଇଛନ୍ତି। ସେ ବାବର ଆଜମଙ୍କୁ ପଛରେ ପକାଇ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି । ଗିଲଙ୍କ ରେଟିଂ ୭୯୬ ଥିବାବେଳେ ବାବରଙ୍କ ରେଟିଂ ୭୭୩ ରହିଛି । ସେହିଭଳି ଦିନିକିଆର ଶ୍ରେଷ୍ଠ ୧୦ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଚାରି ଜଣ ଭାରତୀୟ ଖେଳାଳି ମଧ୍ୟ ଅଛନ୍ତି। ଗିଲଙ୍କ ବ୍ୟତୀତ ରୋହିତ ଶର୍ମା ୭୬୧ ରେଟିଂ ପଏଣ୍ଟ ତୃତୀୟ ସ୍ଥାନରେ, ବିରାଟ କୋହଲି ଷଷ୍ଠ ସ୍ଥାନରେ ଏବଂ ଶ୍ରେୟସ ଆୟର ନବମ ସ୍ଥାନରେ ଅଛନ୍ତି।

୨୫ ବର୍ଷୀୟ ଗିଲ ବର୍ତ୍ତମାନ ବହୁତ ଭଲ ଫର୍ମରେ ଅଛନ୍ତି। ସେ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଗୋଟିଏ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ତିନୋଟି ମ୍ୟାଚ୍‌ରେ ୮୬.୩୩ ହାରରେ ଏବଂ ୧୦୩.୬୦ ଷ୍ଟ୍ରାଇକ ରେଟ୍‌ରେ ୨୫୯ ରନ କରିଥିଲେ। ଶ୍ରେୟସ ମଧ୍ୟ ବହୁତ ଭଲ ଫର୍ମରେ ଥିଲେ। ସେ ତିନୋଟି ମ୍ୟାଚ୍‌ରେ ୬୦.୩୩ ହାରରେ ଏବଂ ୧୨୩.୧୩ ଷ୍ଟ୍ରାଇକ ରେଟ୍‌ରେ ୧୮୧ ରନ କରିଥିଲେ। ରୋହିତ ମଧ୍ୟ ଶତକ ହାସଲ କରିଥିଲେ ଏବଂ ତେଣୁ ତୃତୀୟ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com