Breaking NewsFeaturedଜାତୀୟ
ଓଡ଼ିଶାକୁ ମିଳିଲା ଅତିରିକ୍ତ କେନ୍ଦ୍ରୀୟ ସହାୟତା

ଭୁବନେଶ୍ୱର : ଓଡ଼ିଶାକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବା NDR ଫଣ୍ଡ ଅଧୀନରେ ଓଡ଼ିଶା ସମେତ ମୋଟ ୫ଟି ରାଜ୍ୟ ପାଇଁ ୧୫୫୫ କୋଟି ଟଙ୍କା ପ୍ରଦାନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ସେ ଲେଖିଛନ୍ତି, ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ, ଓଡ଼ିଶା, ତେଲେଙ୍ଗାନା ଓ ତ୍ରିପୁରାକୁ NDR ଫଣ୍ଡ ଅଧୀନରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅତିରିକ୍ତ ୧୫୫୪ .୯୯ କୋଟି ଟଙ୍କା ମଞ୍ଜୁର କରିଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅଧୀନରେ ୨୭ ଟି ରାଜ୍ୟକୁ ପୂର୍ବରୁ କେନ୍ଦ୍ର ସରକାର ୧୮ ,୩୨୩ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ଏବେ ୫ ଟି ରାଜ୍ୟ ପାଇଁ ଅତିରିକ୍ତ ରାଶି ଦିଆଯାଇଛି। ଆନ୍ଧ୍ରପ୍ରଦେଶକୁ ୬୦୮.୦୮ କୋଟି, ନାଗାଲ୍ୟାଣ୍ଡକୁ ୧୭୦.୯୯ କୋଟି, ଓଡିଶାକୁ ୨୫୫.୨୪ କୋଟି, ତେଲେଙ୍ଗାନାକୁ ୨୩୧.୭୫ କୋଟି ଏବଂ ତ୍ରିପୁରାକୁ ୨୮୮.୯୩ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯାଇଛି ।