Breaking NewsFeaturedଜାତୀୟ
ସଙ୍ଗମ ପାଣିର ଶୁଦ୍ଧତାକୁ ନେଇ ଆସିଲା ସିପିସିବି ରିପୋର୍ଟ !

ଉତ୍ତରପ୍ରଦେଶ : ମହାକୁମ୍ଭରେ ଜମିଛି ଭକ୍ତଙ୍କ ଭିଡ଼। ଏପର୍ଯ୍ୟନ୍ତ ଦେଶ ଏବଂ ବିଶ୍ୱର ୬୦କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ପବିତ୍ର ବୁଡ଼ ପକାଇ ସାରିଲେଣି। ଗୋଟିଏ ପଟେ ପ୍ରୟାଗରାଜରେ ଭକ୍ତଙ୍କ ପ୍ରବଳ ଭିଡ଼ ହେଉଛି ଏବଂ ଅନ୍ୟପଟେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ରିପୋର୍ଟ ସଭିଙ୍କୁ ଚକିତ କରିଛି।
ସିପିସିବିର ଏହି ରିପୋର୍ଟରେ ସଙ୍ଗମର ପାଣିକୁ ପ୍ରଦୂଷିତ ଏବଂ ଗାଧୋଇବା କିମ୍ବା ପିଇବା ପାଇଁ ଅନୁପଯୁକ୍ତ ଘୋଷଣା କରାଯାଇଛି। ପାଣିରେ ଫେକାଲ୍ କୋଲିଫର୍ମର ପରିମାଣ ଅଧିକ ଥିବା ରିପୋର୍ଟ କରାଯାଇଛି। ରିପୋର୍ଟ ଆସିବା ପରେ, ବିରୋଧୀ ଦଳ ଲଗାତାର ୟୁପିର ବିଜେପି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ତଥାପି, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା ଉପରେ କିଛି ପଦକ୍ଷେପ ଣ ନେଇ ସଙ୍ଗମର ପାଣିକୁ ସ୍ନାନ ଏବଂ ପାନୀୟ ପାଇଁ ବ୍ୟବହାର କରିବାକୁ ସୁପାରିସ କରିଛନ୍ତି।