ଚୀନରେ ଠାବ ହେଲା କରୋନାର ନୂଆ ଭାରିଆଣ୍ଟ

ପୁଣି ଏବେ ବିଶ୍ୱକୁ ଡରାଇଲାଣି ଚୀନ। ଚୀନରୁ ପୁଣି ମାଡି ଆସୁଛି ଆଉ ଏକ ନୂଆ ଭାଇରସ। ଚୀନର ନୂଆ ଭୂତାଣୁ ଆଉ ଏକ ମହାମାରୀର କାରଣ ସାଜିପାରେ । ତେବେ ଚୀନରେ ନୂଆ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏହି ନୂଆ ଭୂତାଣୁ କୋଭିଡ-୧୯ ଭଳି ମଣିଷକୁ ସଂକ୍ରମଣ କରିବାର ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ବିଶ୍ବର ବିଭିନ୍ନ ରାଷ୍ଟ୍ର ମାନଙ୍କ ମଧ୍ୟରେ ଏବେଠାରୁ ଛନକା ପଶିଲାଣି । ତେବେ ଏହି ଭୂତାଣୁ ବର୍ତ୍ତମାନ ଯାଏଁ କୌଣସି ମଣିଷ ଠାରେ ଠାବ କରାଯାଇନାହିଁ । ଏହି ନୂଆ ଭୂତାଣୁର ନାଁ ଏଚକେୟୁ-୫ କୋଭ୍-୨ ।
ଚୀନର ୱହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବାଇରୋଲୋଜିର ଅନୁସନ୍ଧାନକାରୀମାନେ ଏହି ନୂଆ ଭୂତାଣୁକୁ ଠାବ କରିଛନ୍ତି । ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକ ମାନେ ଆଶଙ୍କା କରିଛନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ ନୂତନ ଭୂତାଣୁ କରୋନା ପରି ମାନବ କୋଷକୁ ସଂକ୍ରମିତ କରିପାରେ । ଏହା କେବଳ ବାଦୁଡି ନୁହେଁ ମଣିଷ ସମେତ ଅନେକ ପ୍ରାଣୀ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରିଛନ୍ତି ଏହା ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକ ।