ସୁପର ସଣ୍ଡେରେ ହାଇଭୋଲଟେଜ୍ ମ୍ୟାଚ୍

ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆଜି ହେବାକୁ ଯାଉଛି ହାଇଭୋଲଟେଜ୍ ଲଢ଼େଇ । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ଦୁବାଇରେ ଅପରାହ୍ନ ସାଢେ ୨ଟାରେ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଜିତି ସେମି ଫାଇନାଲକୁ ଏଣ୍ଟ୍ରି ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ବାଂଲାଦେଶକୁ ପ୍ରଥମ ମ୍ୟାଚରେ ହରାଇଛି ଟିମ୍ ଇଣ୍ଡିଆ। ଜବରଦସ୍ତ ଫର୍ମରେ ରହିଛି ଟିମ୍ ଇଣ୍ଡିଆ । ଫର୍ମରେ ଅଛନ୍ତି ଦୁଇ ଓପନର ରୋହିତ, ଶୁବମନ । ମିଡିଲ୍ ଅର୍ଡର ବିରାଟ, ଶ୍ରେୟସ ଓ ହାର୍ଦ୍ଦିକଙ୍କ କାନ୍ଧରେ । ସେହିପରି ବୋଲିଂରେ ପାକିସ୍ତାନ ପାଇଁ କାଳ ସାଜିବେ ସ୍ପିଡ୍ ଷ୍ଟାର ମହମ୍ମଦ ସାମି ଓ ହର୍ଷିତ ରାଣା । ସ୍ପିନରେ ଘାଇଲା କରିବେ ଅକ୍ଷର ପଟେଲ୍, କୁଳଦୀପ ଯାଦବ ଓ ରବିନ୍ଦ୍ର ଜାଡେଜା ।
ଅନ୍ୟପଟେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରି କର ବା ମର ପରିସ୍ଥିତିରେ ରହିଛି ଆୟୋଜକ ପାକିସ୍ତାନ । ଭାରତଠାରୁ ହାରିଲେ ମହମ୍ମଦ ରିଜୱାନଙ୍କ ଟିମ୍ ସେମିଫାଇନାଲ ରେସ୍ରୁ ଏକପ୍ରକାର ବାଦ୍ ପଡିବ । ତେଣୁ ଟୁର୍ଣ୍ଣାମେଣ୍ଟରେ ରହିବା ପାଇଁ ପୂରା ଦମ୍ ଖଟାଇପାରେ ଟିମ୍ ପାକିସ୍ତାନ ।